ଚିକିତ୍ସାଧିନ ଅବସ୍ଥାରେ ଟାଟାଷ୍ଟିଲ ଯୋଡ଼ା ମେଡିକାଲରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
କେନ୍ଦୁଝର, 18 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ଚିକିତ୍ସା କରାଉଥିବା ବେଳେ ସନ୍ଦେହ ଜନକ ମୣତ୍ୟୁ ଅଭିଯୋଗ। ସୂଚନା ଅନୁଯାୟୀ ଯୋଡ଼ା ୭ ନଂ ୱାର୍ଡ଼ ଉଲି ହଟିଂ ଅଞ୍ଚଳର ସଞ୍ଜୟ ମୁଣ୍ଡାଙ୍କ ସ୍ତ୍ରୀ ବାଲମା ମୁଣ୍ଡା ଙ୍କ ଗୋଡ଼ରେ ସଂକ
ଚିକିତ୍ସାଧିନ ଅବସ୍ଥାରେ ଟାଟାଷ୍ଟିଲ ଯୋଡ଼ା ମେଡିକାଲରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ


କେନ୍ଦୁଝର, 18 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ଚିକିତ୍ସା କରାଉଥିବା ବେଳେ ସନ୍ଦେହ ଜନକ ମୣତ୍ୟୁ ଅଭିଯୋଗ। ସୂଚନା ଅନୁଯାୟୀ ଯୋଡ଼ା ୭ ନଂ ୱାର୍ଡ଼ ଉଲି ହଟିଂ ଅଞ୍ଚଳର ସଞ୍ଜୟ ମୁଣ୍ଡାଙ୍କ ସ୍ତ୍ରୀ ବାଲମା ମୁଣ୍ଡା ଙ୍କ ଗୋଡ଼ରେ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ସନ୍ଦେହ ଜନକ ଭାବେ ମୣତ୍ୟୁ ହେଇଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ତାକଂ ମୣତ୍ୟୁକୁ ନେଇ ସନ୍ଦେହ ସୣଷ୍ଟି ହେଇଛି । ମୃତ୍ତ୍ୟୁ ପରେ ଟାଟା ଷ୍ଟିଲ ହସ୍ପିଟାଲ କତୃପକ୍ଷ ପୋଲିସ୍ କୁ ଖବର ନ ଦେଇ ମୃତକଙ୍କୁ ଘରକୁ ନେଇଯିବାକୁ କହିଥିଲେ। ଯେଉଁଥି ପାଇଁ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ଏବଂ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ପ୍ରକଟ ହେବାପରେ ଟାଟା ଷ୍ଟିଲ ହସ୍ପିଟାଲରେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande