ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ ହେଉ - ବିଜୟ ମହାପାତ୍ର
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆରମ୍ଭରୁ ଏ ଘଟଣା ହାଲୁକା ଭାବରେ ନେବା ଉଚିତ ନ ଥିଲା । ଗୁଇନ୍ଦା
ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ ହେଉ - ବିଜୟ     ମହାପାତ୍ର


ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଠ ନେତା ବିଜୟ

ମହାପାତ୍ର ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସେ

କହିଛନ୍ତି ଯେ, ଆରମ୍ଭରୁ ଏ ଘଟଣା ହାଲୁକା ଭାବରେ ନେବା ଉଚିତ ନ ଥିଲା । ଗୁଇନ୍ଦା କେମିତି ଏ

ଘଟଣା ଜାଣିପାରିଲା ନାହିଁ । ସରକାର ଯେତେ ଗୁରୁତର ସହ ନେବା କଥା ନେଇନାହାନ୍ତି । ନେଇଥିଲେ ଏଭଳି ଘଟଣା ଘଟି ନଥାନ୍ତା । ଏ ଅପବାଦ ସରକାରଙ୍କ ମୁଣ୍ଡ ଉପରେ ଝୁଲି କି ରହିବ । ନିରପେକ୍ଷ

ତଦନ୍ତ ହେଉ ବୋଲି ସମସ୍ତେ ଆଶା କରିଛନ୍ତି । ଜିଲ୍ଲା ପ୍ରଶାସନଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ

ସମସ୍ତଙ୍କୁ ଛାତ୍ରୀ ଜଣେଇଛି । ହେଲେ କଣ ହେବ କେହି ଆକଳନ କରି ପାରିଲେନି । ବାଲେଶ୍ୱର ଘଟଣା ସୁଶାସନ

କୁଶାସନ ନା ଦୁଃଶାସନ କ୍ଷେତ୍ରରେ ଯିବ ? ସରକାର ଚାହିଁଲେ କୋର୍ଟ

ମନିଟର ତଦନ୍ତ ହୋଇ ପାରିବ । ରାଜ୍ୟପାଳ ଆଇସିସିନେଇ

ତଦନ୍ତ କରିଛନ୍ତି ବୋଲି କାଲି ଭୁବନେଶ୍ୱର ସାଂସଦ କହିଲେ । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହି

ଘଟଣାକୁ ଟଣାଯିବା ପରେ ରାଜ୍ୟପାଳ ଏ ନେଇ ମତାମତ ରଖିବା କଥା । ସରକାରଙ୍କ ଆକ୍ସନ କଣ ଯଥେଷ୍ଟ କି ବୋଲି ପ୍ରଶ୍ନ ଉଠାଇଛନ୍ତି

ବିଜୟ । ଇତିଶ୍ରୀ ଠୁ ବେବିନା ପର୍ଯ୍ୟନ୍ତ ବହୁ ଘଟଣା ହେଇଛି ହେଲେ ଏଭଳି ଘଟଣା କେବେ ଘଟିନଥିଲା । ଅତୀତର ଘଟଣା ଓ ବାଲେଶ୍ୱର ଘଟଣା ଭିତରେ ଥିବା ଫରକକୁ

ସରକାର ଯେଉଁ ପର୍ଯ୍ୟନ୍ତ ବୁଝିବେ ନାହିଁ ତଦନ୍ତ ଠିକ ଭାବେ ଚଳିବ ନାହିଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande