ପୁରୀ, ୧୮ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଚଳିତ ମାସ ୨୧ ତାରିଖ ସୋମବାର ଦିନ ନିମାପଡା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ| ଦିନ ୧୦ଟା ରେ ଅଭିଯୋଗ ଗ୍ରହଣ ଓ ଶୁଣାଣୀ ହେବ। ନିମାପଡା ବ୍ଲକ ଅଞ୍ଚଳର ଅଭିଯୋଗକାରୀମାନେ ଉପସ୍ଥିତ ରହିବା ପାଇଁ ସୂଚନା ଦିଆଯାଇଛି| ସେହିପରି ୨୮ ତାରିଖ ସୋମବାର ଦିବା ୧୦ଟା ରେ କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ