୪ ଦିନ ହେଲା ବ୍ରାହ୍ମଣୀ ନଦୀରେ ବନ୍ୟା ଅପରିବର୍ତିତ
ଧର୍ମଶାଳା, ୧୮ଜୁଲାଇ(ହି.ସ.) - ବ୍ରାହ୍ମଣୀ ନଦୀରେ ଗତ ୪ ଦିନ ହେଲା ବନ୍ୟାଜଳ ସ୍ଥିତି ସମାନ ରହିଛି । ଯହାଫଳରେ ଅନେକ ଗ୍ରାମ ଓ ଚାଷ ଜମି ଜଳମଗ୍‌ନ ହୋଇରହିଛି । ମଙ୍ଗଳବାର ଠାରୁ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଜଳପତନ ୬୪.୩୦ରୁ ୫୦ ରହିଆସୁଛି । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବା ବେଳେ ବନ୍ୟାଜଳ
୪ ଦିନ ହେଲା ବ୍ରାହ୍ମଣୀ ନଦୀରେ ବନ୍ୟା ଅପରିବର୍ତିତ


ଧର୍ମଶାଳା, ୧୮ଜୁଲାଇ(ହି.ସ.) - ବ୍ରାହ୍ମଣୀ ନଦୀରେ ଗତ ୪ ଦିନ ହେଲା ବନ୍ୟାଜଳ ସ୍ଥିତି ସମାନ ରହିଛି । ଯହାଫଳରେ ଅନେକ ଗ୍ରାମ ଓ ଚାଷ ଜମି ଜଳମଗ୍‌ନ ହୋଇରହିଛି । ମଙ୍ଗଳବାର ଠାରୁ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଜଳପତନ ୬୪.୩୦ରୁ ୫୦ ରହିଆସୁଛି । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବା ବେଳେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ହେଁ ଧର୍ମଶାଳା ବ୍ଲକର ଅନେକ ଅଂଚଳ ପାଣି ଘେରରେ ରହିଛି । ଦୀର୍ଘ ୪ ଦିନ ହେଲା କୋତପୁର ସ୍କୁଲ ପରିସରରେ ବନ୍ୟାଜଳ ପସି ରହିଥିବାରୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଂଚିତ ହେଉଛନ୍ତି । ସେହିପରି ରମାପୁର ଓ ବ୍ରହ୍ମବରଦାକୁ ସଂଯୋଗ କରୁଥିବା ରାସ୍ତାର ଭାଗବାନପୁର ଠାରେ ୨ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ରହିଛି । ସେହିପରି କୋତପୁର ପଂଚାୟତର ଅନେକ ଚାଷ ଜମି ଜଳମଗ୍ନ ହୋଇରହିଛି । ଦୀର୍ଘ ଦିନ ହେଲା ବନ୍ୟାଜଳ ବିଲରେ ଜମିରହିବା ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ରେଙ୍ଗଲିର ୩ ଗୋଟି ଗେଟ ଦେଇ ଏହି ବନ୍ୟଜଳ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀ ଦେଇ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଅଧିକ ବର୍ଷା ହେବା ଏବଂ ଡ୍ୟାମର ଜଳପତନ ବୃଦ୍ଧି ପାଉଥିବାରୁ ପୁର୍ବରୁ ୨ ଗୋଟି ଗେଟ ଖୋଲାଯାଇଥିବା ବେଳେ ଗତ ୪ ଦିନ ତଳେ ଅନ୍ୟ ଏକ ଗେଟ ଖୋଲାଯାଇଛି । ଡ୍ୟାମର ଜଳପତନ ହ୍ରାସ ହେଲେ ଖୋଲାଯାଇଥିବା ଗେଟ ଗୁଡିକୁ ଧିରେ ଧିରେ ବନ୍ଦ କରାଯିବ ବୋଲି ଜାରକା ଜଳ ସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କେବେ ଏହି ଗେଟ ବନ୍ଦ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଆଉ ଏକ ଗେଟ ଖୋଲାଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି । ରେଙ୍ଗାଲିରେ ଏବେ ୩ ଟି ଗେଟରେ ବନ୍ୟାଜଳ ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଏକ ଗେଟ ଖୋଲାଗଲେ ବନ୍ୟାଜଳରେ ବ୍ୟାପକ ଅଂଚଳ ଜଳମଗ୍ନ ହେବା ନେଇ ଆଶଙ୍କା କରାଯାଇଛି । ଉପରମୁଣ୍ଡରେ କମ ବର୍ଷା ହେତୁ ରେଙ୍ଗାଲିର ଜଳପତନ କମିବାରେ ଲାଗିଛି । ଏଣୁ ଏବେ ଅନ୍ୟ ଏକ ଗେଟ ଖୋଲିବାର ସମ୍ଭାବନା ନାହିଁ ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande