ନୂଆପଡ଼ା/ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଛାତ୍ର ମୃତ୍ୟୁ ମାମଲାରେ ନୂଆପଡା ଜିଲ୍ଲା ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ଜିଲ୍ଲାପାଳ ଏହି କାର୍ଯାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି। ତେବେ କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା