ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଏଫଏମ୍ ଘଟଣା କୁ ନେଇ ବିଜେଡ଼ି କଂଗ୍ରେସ ପ୍ରତିଯୋଗିତା ଚାଲିଛି। ସିଲଭର୍ ମେଡାଲ ପାଇଁ ପ୍ରତିଯୋଗିତା କରୁଛନ୍ତି ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି ଘଟଣା ଘଟିବା ପରେ ସରକାର ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି। ଦୋଷୀ ଗିରଫ ହୋଇଛି। ତଦନ୍ତ ଚାଲିଛି। ବିଜେଡ଼ି କଂଗ୍ରେସ ସମୟରେ କଣ ହେଉଥିଲା। ମମିତା ମେହେର, ନବ ଦାସ, ମାହାଙ୍ଗା ମର୍ଡର ଘଟଣାରେ ତଦନ୍ତ କେମିତି ଦିଗହରା ହେଇଥିଲା। ଗଣତନ୍ତ୍ରରେ ସମସ୍ତଙ୍କ ଅଧିକାର ଅଛି ଆନ୍ଦୋଳନ କରିବାର , ସେମାନେ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା