ଧର୍ମଶାଳରେ ସ୍ୱଳ୍ପ ବୃଷ୍ଟିପାତ, ଧାନ ଚାଷ ପ୍ରଭାବିତ
ଧର୍ମଶାଳା, ୧୮ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ରେ ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ଚଳିତ ଜୁଲାଇ ମାସରେ ଅଦ୍ୟାବଧି କମ ବୃଷ୍ଟି୍ପପାତ ହୋଇଛି । ଚଳିତ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ବ୍ଲକରେ ମାତ୍ର ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସୁକିନ୍ଦା ବ୍ଲକରେ ସର୍ବ
ଧର୍ମଶାଳରେ ସ୍ୱଳ୍ପ ବୃଷ୍ଟିପାତ, ଧାନ ଚାଷ ପ୍ରଭାବିତ


ଧର୍ମଶାଳା, ୧୮ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ରେ ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ଚଳିତ ଜୁଲାଇ ମାସରେ ଅଦ୍ୟାବଧି କମ ବୃଷ୍ଟି୍ପପାତ ହୋଇଛି । ଚଳିତ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ବ୍ଲକରେ ମାତ୍ର ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସୁକିନ୍ଦା ବ୍ଲକରେ ସର୍ବାଧିକ ୨୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା ବର୍ଷା କମ ହେବା ଫଳରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଅଧିକ ପରିମାଣରେ ବର୍ଷା ହେଲେ ଚାଷୀ ବିଲରେ କାଦୁଅ କରି ତଳି ରୋଇବା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ଠାରୁ କମ ବୃଷ୍ଟିପାତ ହେବା ଫଳରେ ଚାଷ କାମ ବାଧାପ୍ରାପ୍ତ ହୋଇଛି । ଚଳିତଥର ମୌସୁମୀ ଶୀଘ୍ର ଆସିବା ସହିତ ଜୁନ ମାସରୁ ଚାରିଆଡେ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଚାଷୀ ନିଜ କ୍ଷେତରେ ଆବଶ୍ୟକ ତଳି ପକାଇ ରୋଇବା ପାଇଁ ବିଲ ପ୍ରସ୍ତୁତ କରିଥିବା ବେଳେ ବର୍ଷା କମ ହେବାରୁ ତଳି ରୁଆ ସମ୍ଭବପର ହେଉନାହିଁ । ଚଳିତଥର ଧର୍ମଶାଳା ବ୍ଲକ ଅଂଚଳରେ ୧୧ ହଜାର ୭୨୦ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ସରକାରି ଭାବେ ଲକ୍ଷ୍ୟ ରଖାଯାଇଛି । ତେବେ ଆବଶ୍ୟକ ବର୍ଷା ହେଲେ ଚଳିତଥର ଶତ ପ୍ରତିଶତ ଜମିରେ ଧାନ ଚାଷ କରାଯାଇ ପାରିବ ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ କେନାଲ ମାଧ୍ୟମରେ ଜଳ ସେଚନର ସୁବିଧା ଥିବା ଜମି ଗୁଡିକ ପାଇଁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ହେଁ କେନାଲ ସଫେଇ କାର୍ଯ୍ୟ ବିଳମ୍ବ ହେଉଥିବାରୁ କେନାଲ ଗୁଡିକରେ ପାଣି ଆସିବା ବିଳମ୍ବ ହେଉଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଯଥାଶୀଘ୍ର କେନାଲ ସଫେଇ କାର୍ଯ୍ୟ ସାରି ବିଲକୁ ପାଣି ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande