ଅଗଷ୍ଟ 4-18 ପର୍ଯ୍ୟନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ନବ ନିର୍ମାଣ ଛାତ୍ର ସଂଗଠନର ପଦଯାତ୍ରା
ଭୁବନେଶ୍ୱର, 18 ଜୁଲାଇ (ହି.ସ.) - ବାଲେଶ୍ୱର ଛାତ୍ରୀ ମୃତ୍ୟୁ ମାମଲା ଘଟଣାରେ ପ୍ରତିବାଦ କରିବ ନବ ନିର୍ମାଣ କୃଷକ ସଙ୍ଗଠନ । ଆସନ୍ତା ୪ ଅଗଷ୍ଟରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ନବ ନିର୍ମାଣ ଛାତ୍ର ସଂଗଠନର ପଦଯାତ୍ରା ଓ ସତ୍ୟାଗ୍ରହ ହେବ। ବାଲେଶ୍ୱର ଛାତ୍ର
ଅଗଷ୍ଟ 4-18 ପର୍ଯ୍ୟନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ନବ ନିର୍ମାଣ ଛାତ୍ର ସଂଗଠନର     ପଦଯାତ୍ରା


ଭୁବନେଶ୍ୱର, 18 ଜୁଲାଇ (ହି.ସ.)

- ବାଲେଶ୍ୱର ଛାତ୍ରୀ ମୃତ୍ୟୁ ମାମଲା ଘଟଣାରେ ପ୍ରତିବାଦ କରିବ ନବ ନିର୍ମାଣ

କୃଷକ ସଙ୍ଗଠନ । ଆସନ୍ତା ୪ ଅଗଷ୍ଟରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ନବ

ନିର୍ମାଣ ଛାତ୍ର ସଂଗଠନର ପଦଯାତ୍ରା ଓ ସତ୍ୟାଗ୍ରହ ହେବ। ବାଲେଶ୍ୱର ଛାତ୍ରୀ କେବଳ ଜଣେ ସାଧାରଣ

ଛାତ୍ରୀ ନୁହେଁ ବରଂ ତାଙ୍କ ଆତ୍ମାହୁତି ଜଣେ ବିପ୍ଲବୀ ଝିଅ ତଥା ଝାଂସି ରାଣୀର ପରିଚୟ ଦେଇଛି।

ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଦୁଃଖଦ । ସୌମ୍ୟଶ୍ରୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ବ୍ୟବସ୍ଥା

ପରିବର୍ତନ କରିବାର ଏକ ନୂଆ ମାର୍ଗ ଖୋଜିବାର ଆଵଶ୍ୟକତା ରହିଛି। ତେଣୁ ଆଗାମୀ ୪ ଅଗଷ୍ଟରୁ

ବାଲେଶ୍ୱରରୁ ଏକ ପଦଯାତ୍ରା ବାହାରି ଆଗାମୀ ଅଗଷ୍ଟ ୧୮ ତାରିଖରେ ଭୁବନେଶ୍ୱର ପଂହଁଚି ଏକ ବିଶାଳ

ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ବ୍ୟବସ୍ଥା

ଉପରେ ପ୍ରଶ୍ନ କରି ନୈତିକତା ଦୃଷ୍ଟିରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇସ୍ତଫା

ଦିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande