ନୂଆପଡ଼ା/ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମଠାରେ ଶୁକ୍ରବାର ଗ୍ରାମାଂଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ। ଏହି ଅଭିଯାନ ଅନ୍ତର୍ଗତ ୧୩ କୋଟି ୯୯ ଲକ୍ଷ ଟଙ୍କା ମୂଲ୍ୟର ୩୪୬ଟି ନୂତନ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ହେବା ସହ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୪ଟି ବ୍ଲକର ୨୨୧ଟି ଗ୍ରାମକୁ ହର ଘର ଜଲ୍ ଗ୍ରାମ ଭାବେ ଘୋଷଣା କରିଛନ୍ତି ମନ୍ତ୍ରୀ। ଏହି 'ହର ଘର ଜଲ୍' ମାନ୍ୟତା ଗ୍ରାମୀଣ ଅଂଚଳରେ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ସହ, ଜନସ୍ୱାସ୍ଥ୍ୟ ଓ ଜୀବନ ଧାରଣ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଏହି ଅବସରରେ ଜିଲ୍ଲାପାଳ , ମୁଖ୍ୟ ଉନ୍ନୟନ ଅଧିକାରୀ,, ନୂଆପଡ଼ା, କୋମନା, ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକ ଏବଂ ଆରଡବ୍ଲୁଏସଏସ୍ ର ବରିଷ୍ଠ ଅଧିକାରୀ ତଥା ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା