ଭୁବନେଶ୍ୱର,୧୮ ଜୁଲାଇ (ହି.ସ) - ଜୁଲାଇ୧୯ ଓ ୨୦ ତାରିଖ ଦୁଇ ଦିନ ଧରି “ପରିବେଶ ପ୍ରଦୁଷଣ, ବିସ୍ଥାପନ ଓ ଜୀବିକା ସଂପର୍କିୟ” ପିସିସି ତଥ୍ୟ ଅନୁଧ୍ୟାନ କମିଟିର ଯାଜପୁର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି କ୍ରମରେ ୧୯ ତାରିଖ ଶନିବାର ଦିନ ଉକ୍ତ କମିଟି ୯ ଘଟିକା ସମୟରେ ଭୁବନେଶ୍ୱର ବାହାର ୧୧ ଘଟିକା ସମୟରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣାର ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେହିଭଳି ଦିବା ୨ ଘଣ୍ଟା ସମୟରେ ବରୀ ବନ୍ୟା ପ୍ରପୀଡ଼ିତ ସହ ଆଲୋଚନା, ପରେ
ଯାଜପୁର ବ୍ଲକ ଅଂଚଳରେ ବନ୍ୟା ପ୍ରପୀଡ଼ିତ ମାନଙ୍କ ସହ ଆଲୋଚନା କରି ସନ୍ଧ୍ୟା ୫ ଘଟିକା ସମୟରେ ଜିଲ୍ଲା ପ୍ରଶାସକଙ୍କ ସହିତ ଜିଲ୍ଲାର ବନ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ୨୦ ତାରିଖ ରବିବାର ଦିନ ସୁକିନ୍ଦା, ଡୁବୁରି ଏବଂ କଳିଙ୍ଗ ନଗର ଠାରେ ବିସ୍ଥାପିତ ପରିବାରଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିବା ୨.୩୦ ମିନିଟ ସମୟରେ ଧର୍ମଶାଳାଠାରେ ବେଆଇନ ଖଣି ଓ ସିମେଣ୍ଟ ଫ୍ୟାକ୍ଟ୍ରି ଦ୍ୱାରା ଜୀବନ ଜୀବିକା ହରାଇଥିବା ଦୁଃସ୍ଥ ଜନସାଧାରଣଙ୍କୁ ଭେଟି ୪ ଘଣ୍ଟା ସମୟରେ ଜାରକା ଠାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ।
ଉକ୍ତ କମିଟି ସଂନ୍ଧ୍ୟା ୫ ଘଣ୍ଟା ସମୟରେ ଭୁବନେଶ୍ୱର ଫେରିଆସି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି କମିଟିର ଆବାହାର ସୁଧାଂସୁ ଶେଖର ଦେଓ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା