ସମ୍ବର୍ଦ୍ଧିତ ହେଲେ ରଘୁନାଥ ଆରଣ
ଭଦ୍ରକ, ୧୮ ଜୁଲାଇ(ହି.ସ.) – ଭଦ୍ରକ ଜିଲ୍ଲା କାଦବରାଙ୍ଗ ବଜାରରେ ସାଧାରଣ ସେବା କେନ୍ଦ୍ର କରି ଗ୍ରାହକ ମାନଙ୍କୁ ଉନ୍ନତ ସେବା ଯୋଗାଇ ଆସୁଥୁବାରୁ ରଘୁନାଥ ଆରଣକୁ ସିଏସ୍‌ସି ଦିବସ ଅନସରରେ ସମ୍ବର୍ଦ୍ଧିର୍ତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କା
raghunatha arana sambardhita


ଭଦ୍ରକ, ୧୮ ଜୁଲାଇ(ହି.ସ.) – ଭଦ୍ରକ ଜିଲ୍ଲା କାଦବରାଙ୍ଗ ବଜାରରେ ସାଧାରଣ ସେବା କେନ୍ଦ୍ର କରି ଗ୍ରାହକ ମାନଙ୍କୁ ଉନ୍ନତ ସେବା ଯୋଗାଇ ଆସୁଥୁବାରୁ ରଘୁନାଥ ଆରଣକୁ ସିଏସ୍‌ସି ଦିବସ ଅନସରରେ ସମ୍ବର୍ଦ୍ଧିର୍ତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟଶିକ୍ଷା ଓ ସଂସ୍କୃତିମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶାର ୧୦ ଜଣ ସେବା କେନ୍ଦ୍ରର ମୁଖ୍ୟଙ୍କୁ ପ୍ରତିକୃତି, ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଭଦ୍ରକରୁ ରଘୁନାଥଙ୍କୁ ଏହା ପ୍ରଦାନ କରାଯାଇଥିଲା । ପ୍ରକାଶଯେ ଡିଜିଟାଲ୍ କାରବାର ମାଧ୍ୟମରେ ବରିଷ୍ଠ ମାନଙ୍କୁ ଭତା ପ୍ରଦାନ, ସୁଭଦ୍ରା ଯୋଜନାରେ ସହାୟତା, ଆଧାର କାର୍ଡଜନିତ ସମସ୍ୟାର ସମାଧାନ ଆଦିକୁ ନେଇ ଶ୍ରେଷ୍ଠ ସେବକ ଭାବେ ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା । ଯାହାକୁ ନେଇ ସଂପୃକ୍ତ ଅଚଂଳର ଉପଭୋକ୍ତା ଓ ଅଚଂଳବାସୀ ଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବା ସହ ଶ୍ରୀ ଆରଣ ଆଗକୁ ଏହିପରି ନିଶ୍ୱାର୍ଥପର ସେବା ଯୋଗାଇ ଦେବାକୁ ଆଶା ପ୍ରକଟ୍ଟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande