ସାଲେପୁର, ୧୮ ଜୁଲାଇ(ହି.ସ.) – ଚିତ୍ରୋତ୍ପଳା ନଦୀର ଉଭୟ ପାଶ୍ୱର୍ ନଦୀବନ୍ଧ ବରପଡା ତିନିମୁହାଣୀଠାରୁ ନରେନ୍ଦ୍ରପୁର ଉତରପାଶ୍ୱର୍ ଏବଂ ଜନାର୍ଦ୍ଦନପୁରଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଅଂଚଳବାସୀ ନଦୀରେ ବନ୍ୟାଜଳ ଆସିବାରୁ ଆତଙ୍କିତ ହୋଇପଡିଛନ୍ତି। ଉଭୟ ନଦୀ ବନ୍ଧରେ ସ୍ଥାନେ ସ୍ଥାନେ ଗର୍ତମାନ ସୃଷ୍ଟି ହୋଇଥିବା ସାଙ୍ଗକୁ ନଦୀତଟ ପାଶ୍ୱର୍ ଅତଡା ଖାଇଥିବା ଯୋଗୁ ବନ୍ଧଗୁଡିକ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ରହିଛି। ପୂର୍ବଦିନମାନଙ୍କରେ ଆସିଥିବା ବନ୍ୟାରେ ଏହି ନଦୀର ନାହାଳପୁର, ପାଳଦା, ନଗସପୁର ଆଦି ସ୍ଥାନମାନଙ୍କରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଧନଜୀବନ ହାନୀ କରିଥିଲା। ହେଲେ ପ୍ରଶାସନ ପକ୍ଷରୁ ଏହି ସ୍ଥାନମାନଙ୍କର ସଂପୂର୍ଣ୍ଣ ମରାମତି କରାଯାଇନଥିବା ସ୍ଥଳେ ବର୍ତମାନ ଅନ୍ୟ ସ୍ଥାନମାନଙ୍କରେ ବଡ ବଡ ଗର୍ତମାନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହାକି ଆଗାମୀ ଦିନରେ ଅଂଚଳବାସୀଙ୍କ ପାଇଁ ବଡ ବିପଦ ଆଣିଦେବ ବୋଲି ନଦୀକୂଳବାସୀମାନେ ପ୍ରକାଶ କରିଛନ୍ତି। ଏହି ବନ୍ଧରେ ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ କରାଯିବାର କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ନାମକୁ ମାତ୍ର ବୋଲି ଦେଖିବାକୁ ମିଳିଛି। ପଥର ଗୁଡିକ ନଦୀଗର୍ଭରେ ପଡିଥିବା ସ୍ଥଳେ ବନ୍ଧ ଗୁଡିକ ବିପଦପୂର୍ଣ୍ଣ ଭାବେ ରହିଛି। ନଗସପୁରଠାରେ ଏବେ ନିର୍ମାଣଧୀନ ସେତୁର ଦକ୍ଷିଣପଟ ପନ୍ଧରେ ବଡ ଅତଡା ଖାଇଥିବାରୁ ଆଗାମୀ ଦିନରେ ଏହା ବଡ ବିପଦକୁ ଡାକି ଆଣିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଜଳସେଚନ ସେଚନବିଭାଗର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ସାମ୍ଭାବ୍ୟ ବନ୍ୟାଜଳ ପ୍ରବାହିତ ହେତୁ ନଦୀବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବିହୀତ ପଦକ୍ଷେପ ନେବାକୁ ନଦୀକୂଳବାସୀ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରତ୍ନାକର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍