ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ପାଣ୍ଡିଆନ୍ ଦମ୍ପତି ବିଜେଡ଼ି ର ଆହତ ନେତାଙ୍କୁ ହସ୍ପିଟାଲରେ ଭେଟିବା ପ୍ରସଙ୍ଗରେ ବିଜେଡ଼ି ବିଧାୟକ ସାରଦା ଜେନା କହିଛନ୍ତି ଯେ ପାଣ୍ଡିଆନ୍ କି ତାଙ୍କ ପତ୍ନୀ ସରକାରୀ ଚାକିରୀରେ ନାହାଁନ୍ତି। ତାଙ୍କର ବ୍ୟକ୍ତିଗତ କଥା ସେ ଗଲେ ଆହତ ନେତାଙ୍କୁ ଭେଟିବାକୁ ଅସୁବିଧା କେଉଁଠି। ନବୀନ ବାବୁ କହିସାରିଛନ୍ତି ତାଙ୍କ ଉତରାଧିକାରୀ ଓଡିଶା ବାସୀ ବାଛିବେ। ଦିଲ୍ଲୀରୁ ଯଦି ସରକାର ଚାଲି ପାରୁଛି ତେବେ ପାଣ୍ଡିଆନ୍ ଙ୍କ ଭଳି ଦକ୍ଷ ଅଧିକାରୀ ଦଳ ଚଳାଇବାରେ ଅସୁବିଧା ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା