ବିଜେଡି ନିଜର ସ୍ଥିତି ରକ୍ଷା ପାଇଁ ମିଛ ଆନ୍ଦୋଳନ କରୁଛି- ସୁରଥ ବିଶ୍ୱାଳ
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବିଜେଡି ନେତା କଳା ପଟି ବାନ୍ଧି ପ୍ରତିବାଦ କରିବାକୁ କାଉଣ୍ଟର କରିଛନ୍ତି ସୁରଥ ବିଶ୍ୱାଳ । ସେ କହିଛନ୍ତି ଯେ, ଗତ ସରକାର ସମୟରେ ଯେଉଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ପୀଡିତା ମାନଙ୍କ ପ୍ରତି ସମବେଦନା ଜଣେଇନଥିଲେ ଏବଂ ବିଜେଡି ନେତା ମାନେ ଦୁଷ୍କର୍ମ
ବିଜେଡି ନିଜର ସ୍ଥିତି ରକ୍ଷା ପାଇଁ ମିଛ ଆନ୍ଦୋଳନ କରୁଛି- ସୁରଥ ବିଶ୍ୱାଳ


ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବିଜେଡି ନେତା କଳା ପଟି ବାନ୍ଧି ପ୍ରତିବାଦ କରିବାକୁ କାଉଣ୍ଟର କରିଛନ୍ତି

ସୁରଥ ବିଶ୍ୱାଳ । ସେ କହିଛନ୍ତି ଯେ, ଗତ ସରକାର ସମୟରେ ଯେଉଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ

ପୀଡିତା ମାନଙ୍କ ପ୍ରତି ସମବେଦନା ଜଣେଇନଥିଲେ ଏବଂ ବିଜେଡି ନେତା ମାନେ ଦୁଷ୍କର୍ମରେ ସମ୍ପୃକ୍ତି

ଥିଲେ ସେମାନେ ଆଜି ନ୍ୟାୟ କଥା କହୁଛନ୍ତି।

ପ୍ରତାପ ଜେନା ଓ ଅରୁଣ ସାହୁ କହିବେ ଯିଏ ନିଜେ ଗୋଟେ ଗୋଟେ ଆସାମୀ ତେଣୁ ଏ କଥାର କିଛି

ମାନେ ନାହିଁ ତାହା ଗ୍ରହଣୀୟ ନୁହେଁ।

ବିଜେଡି ନିଜର ସ୍ଥିତି ରକ୍ଷା ପାଇଁ ମିଛ ଆନ୍ଦୋଳନ କରୁଛି। ଉପସ୍ଥିତ ଜାହିର କରିବାକୁ ସଂଗ୍ରାମ

କରୁଛି। ଯେଉଁ ଘଟଣା ସମ୍ପର୍କରେ ସେମାନେ କହୁଛନ୍ତି ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତି

ନେଇଛନ୍ତି। ସାମାନ୍ୟ ପୃଷ୍ଠପୋଷାକତା କାହାକୁ କରାଯାଇନାହିଁ। ବିରୋଧି ଦଳ ବୋଲି ବିରୋଧ କରିବେ

ରାଜ୍ୟର ପ୍ରଗତି ପଛେ ବାଧାପ୍ରାପ୍ତ ହେଉ। ଗତକାଲି ର ଆନ୍ଦୋଳନ ରେ ହଜାର ହଜାର କୋଟି ର

କ୍ଷୟକ୍ଷତି ହୋଇଛି, ଲୋକଙ୍କ ଇଚ୍ଛା ବିରୁଦ୍ଧରେ

ଆନ୍ଦୋଳନ ରେ ସାମିଲ କରେଇବା ତାହା ଗଣମାଧ୍ୟମ ରେ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ରାଜ୍ୟରେ

ଉପସ୍ଥିତ ଅଛନ୍ତି। ସେହି କାମ ରେ ମୁଖ୍ୟମନ୍ତ୍ରୀ ମଧ୍ୟ ବ୍ୟସ୍ତ ଅଛନ୍ତି। ବିଜେଡି ରାଜ୍ୟର

ପ୍ରଗତି ରେ ବାଧା ଶୃଷ୍ଟି କରୁଛି। ପୋଲିସ କିଛି କରିନାହିଁ। ସେମାନେ କହିଲେ ପୋଲିସ ରବର ଗୁଳି

ମାରିଛି ଯାହା ମିଛ ବୋଲି ପ୍ରମାଣ ହୋଇଛି। ମିଛ ର ସୀମା ଅଛି। ଯେଉଁମାନେ ମିଛ କହୁଛନ୍ତି ସେମାନେ

ଆଇସିୟୁରେ ପଡି ହସିହସି ଫଟୋ ଛାଡ଼ୁଛନ୍ତି ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି

ସୁରଥ ବିଶ୍ୱାଳ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande