ଭକ୍ତଙ୍କ ଇସ୍ତଫା ଉଦିତ୍ କୁ କଠୋର ଦଣ୍ଡ ପାଇଁ ଦାବୀକଲା ବିଜେପି ଯୁବମୋର୍ଚ୍ଚା !
Odisha, 23 ଜୁଲାଇ (ହି.ସ.)ଖୋର୍ଦ୍ଧା,ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ମାମଲାରେ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଗିରଫ ହୋଇଛନ୍ତି। ଏଥିପାଇଁ ପିସିସି ସଭାପତି ଭକ୍ତ ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ଆଜି ସ୍ଥାନୀୟ ଟାଉନ୍ ହଲ୍ ଛକରେ ଅନୁଷ
ଭକ୍ତ ଦାସ


Odisha, 23 ଜୁଲାଇ (ହି.ସ.)ଖୋର୍ଦ୍ଧା,ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ମାମଲାରେ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଗିରଫ ହୋଇଛନ୍ତି। ଏଥିପାଇଁ ପିସିସି ସଭାପତି ଭକ୍ତ ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ଆଜି ସ୍ଥାନୀୟ ଟାଉନ୍ ହଲ୍ ଛକରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ବଡ଼ଜେନା ଦାବୀ କରିଛନ୍ତି। ଗତ କିଛିଦିନ ତଳେ ଅଭିଯୁକ୍ତ ଉଦିତ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ଏବଂ ଏବେ ତାଙ୍କର ଓ କଂଗ୍ରେସ୍ ଦଳର ଅସଲ ଚେହେରା ପଦାରେ ପଡ଼ିଯାଇଛି ବୋଲି ବିଶ୍ୱଦିପ ପ୍ରଧାନ କହିଥିଲେ।। ଏହି ଆନ୍ଦୋଳନରେ ସୁଭ୍ରଜିତ୍ ମଙ୍ଗରାଜ, ଗୋପବନ୍ଧୁ ଜେନା, ମାନସ ରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ହରିଚନ୍ଦନ, ସସ୍ଵୟଂ ସ୍ୱାଇଁ, ରୁଦ୍ରଭିସେକ ମାନ୍ଧାତା,ପବିତ୍ର ପାଟ୍ଟଶାଣୀ, ଶୁଭେନ୍ଦୁ ସାମନ୍ତରାୟ, ବିଭୁ ବଳିଆରସିଂ, ତ୍ୟବ୍ରତ ମହାପାତ୍ର, ଚନ୍ଦନ ପାଟ୍ଟଶାଣୀ, ସଂଜିତ୍ ମହାପାତ୍ର ସୂର୍ଯ୍ୟପ୍ରକାସ ପଣ୍ଡା,ସମରେଶ ପାଇକରାୟ, କୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande