Bhubaneswar, 23 ଜୁଲାଇ (ହି.ସ.)
ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ରକ୍ତଦାନ ଶିବିର
ମୋଟ ୫୧ୟୁନିଟ ରକ୍ତ ସଂଗୃହୀତ
ବାରିପଦା , ହିସ,(୨୩/୦୭):-
ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ମୟୁରଭଞ୍ଜ ସାମ୍ବାଦିକ ପରିବାର ତରଫରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦଘାଟନ କରିବା ସହିତ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ କଲ୍ୟାଣ ସିହ୍ନା, ରାମଚନ୍ଦ୍ର ଦାସ, ସୁକାନ୍ତ ଜିଉ, କବିବିଷ୍ଣୁ ଶତପଥି, ବିଭୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକ ଓ ସ୍ବେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରି ସ୍ବର୍ଗତ ଅମରେନ୍ଦ୍ର ଲାଲ ବୋଷଙ୍କ ୬୦ବର୍ଷର ତ୍ୟାଗପୁତ ସାମ୍ବାଦିକତାକୁ ସମ୍ମାନ ଜଣାଇ ଥିବା ସମୟରେ ଶିବିରରେ ମୋଟ ୫୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ରକ୍ତଦାତା କାର୍ଡ ସହିତ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ ବୈଷୟିକ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଶିବିର ପରିଚାଳନାରେ ଅସୀମ ଚକ୍ରବର୍ତ୍ତୀ, ସୋମନାଥ ସିଂ ଓ ଶ୍ରୀମା ମହିଳା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ସେହିପରି ୨୦୨୬ ଜାନୁଆରୀ ୧୭ରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ସାମ୍ବାଦିକ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ