ଜନ୍ମ ପ୍ରମାଣ ପତ୍ର ପାଇଁ ନୀରକ୍ଷର ଆଦିବାସୀ ଦମ୍ପତିଙ୍କୁ ହଇରାଣ ଅଭିଯୋଗ
ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ପ୍ରମାଣପତ୍ର ବିଭାଗରେ ନିୟୋଜିତ କର୍ମଚାରୀ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଜମନକିରା ବ୍ଲକ ବଡ଼ରମା ପଂଚାୟତ ବାନ୍ଧଭୂଇଁ ଗ୍ରାମର ସୁଶାରୀ ମୁଣ୍ଡାଙ୍କ ଆଧାର କ
ଜନ୍ମ ପ୍ରମାଣ ପତ୍ର ପାଇଁ ନୀରକ୍ଷର ଆଦିବାସୀ ଦମ୍ପତିଙ୍କୁ ହଇରାଣ ଅଭିଯୋଗ


ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ପ୍ରମାଣପତ୍ର ବିଭାଗରେ ନିୟୋଜିତ କର୍ମଚାରୀ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଜମନକିରା ବ୍ଲକ ବଡ଼ରମା ପଂଚାୟତ ବାନ୍ଧଭୂଇଁ ଗ୍ରାମର ସୁଶାରୀ ମୁଣ୍ଡାଙ୍କ ଆଧାର କାର୍ଡ ନାହିଁ । ଯାହା ଫଳରେ ସୁଶାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ରହିଛନ୍ତି। ଏଣୁ ନିଜର ଆଧାର କାର୍ଡ ଆବେଦନ ପାଇଁ ଦରକାର ପଡୁଥିବା ଦସ୍ତାବେଜ ଯୋଗାଡ଼ କରୁଛନ୍ତି। ଏହି ଦସ୍ତାବେଜ ମଧ୍ୟରୁ ଜନ୍ମ ପ୍ରମାଣ ପତ୍ର ଗୋଟିଏ। ଏହି ଜନ୍ମ ପ୍ରମାଣ ପତ୍ର ତିଆରି ପାଇଁ ଗତ କିଛି ଦିନରୁ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିୟମିତ ଦୌଡୁଛନ୍ତି ସୁଶାରୀ ମୁଣ୍ଡା ଏବଂ ତାଙ୍କ ସ୍ୱାମୀ ଲାଜାର ମୁଣ୍ଡା। ସୁଶାରୀ ମୁଣ୍ଡାଙ୍କ କହିବା ଅନୁଯାଇ ଗତ ୧୫ ତାରିଖରେ ସେ ଏବଂ ତାଙ୍କ ସ୍ତ୍ରୀ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜନ୍ମ ପ୍ରମାଣ ପତ୍ର ବିଭାଗୀୟ କର୍ମଚାରୀଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇ ନୂତନ ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ କହିଥିଲେ। ପରବର୍ତୀ ସମୟରେ ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ ଜନ୍ମ ପ୍ରମାଣ ପତ୍ର ବିଭାଗୀୟ କର୍ମଚାରୀ ଦସ୍ତା ବେଜ ମାଗିଥିଲେ। ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ ତାଙ୍କ ପାଖରେ ଥିବା ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଲିଖିତ ପ୍ରମାଣ ପତ୍ର, ଜମନକିରା ତହସିଲଦାରଙ୍କ ପାଖରେ କରିଥିବା ଏଫିଡେଫିଟ, ଓ ଅନ୍ୟ ଦସ୍ତାବେଜ ଦେଇଥିଲେ। ହେଲେ ଏଥିରେ ଆଉ ଦସ୍ତାବେଜ ଲାଗିବ କହି ତାଙ୍କ ଦସ୍ତାବେଜ ଫେରାଇ ଦେଇଥିଲେ। ବିଡମ୍ବନାର ବିଷୟ ଉକ୍ତ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଜନ୍ମ ପ୍ରମାଣପତ୍ର କର୍ମଚାରୀ ସୁଶାରୀ ମୁଣ୍ଡା ଏବଂ ତାଙ୍କ ସ୍ୱାମୀ ଲାଜାର ମୁଣ୍ଡାଙ୍କୁ ଦସ୍ତାବେଜ ସମ୍ବନ୍ଧରେ କୌଣସି ତଥ୍ୟ ଦେଇନଥିଲେ। ଫଳରେ ସୁଶାରୀ ମୁଣ୍ଡା ଏବଂ ତାଙ୍କ ସ୍ୱାମୀ ଲାଜାର ମୁଣ୍ଡା ବନ୍ଧା ଭୂଇଁରୁ ଫାଶୀମାଲ ନିଜ ସାଇକଲ ଯୋଗେ ବାରମ୍ବାର ଯାଇ ଯାଇ ହଇରାଣ ହେଉଛନ୍ତି। ଏପରିକି ସୁଶାରୀ ଓ ତାଙ୍କ ସ୍ୱାମୀ ଲାଜାର ଏକ ଗରିବ ଆଦିବାସୀ ସମ୍ପ୍ରଦାୟର ଓ ପାଠପଢ଼ି ଜାଣି ନାହାନ୍ତି। ଅନ୍ୟଠାରୁ ଧାରରେ ଟଙ୍କା ନେଇ ନିଜ ସ୍ତ୍ରୀଙ୍କ ଆଧାର କାର୍ଡ ପାଇଁ ଦସ୍ତାବେଜ ଯୋଗାଡ଼ କରୁଛନ୍ତି। ଅନ୍ୟ ପକ୍ଷରେ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା କର୍ମଚାରୀ ଲାଜାରଙ୍କୁ ହଇରାଣ କରୁଥିବା ବେଳେ ତାଙ୍କୁ ଉତମ ବ୍ୟବହାର ମଧ୍ୟ ଦେଇନଥିବା ଅଭିଯୋଗ କରିଛନ୍ତି। ଏପରିକି ଲାଜାର ଉକ୍ତ କର୍ମଚାରୀଙ୍କୁ ପ୍ରଶ୍ନ କରିଥିବା ବେଳେ ଏହାର ପାଲଟାରେ 'ମୁଁ କେତେ ଜଣକୁ ଲେଖି ଲେଖି ଦେବି, ବାହାର ବୋର୍ଡରେ ଦସ୍ତାବେଜ ବାବଦରେ ଲେଖା ହୋଇଛି, ଯାଅ ସେଇଠି ପଢିବ' ବୋଲି ଉଚ୍ଚ ସ୍ୱରରେ ଅପମାନ ଦେଲାଭଳି କହିଥିଲେ ବୋଲି ଲାଜାର ପ୍ରକାଶ କରିଛନ୍ତି। ଏପରିକି ଦସ୍ତାବେଜ ସମ୍ବନ୍ଧରେ ସେ ଜମନକିରାରେ ଥିବା ଜନୈକା ମହିଳା ଆଇନଜୀବୀ କାନନବାଳା ପଟ୍ଟନାୟକଙ୍କୁ ଫୋନରେ ଯୋଗାଯୋଗ କରି ପଚାରିଥିଲେ କଣ କଣ ଦସ୍ତାବେଜ ଲାଗିବ ସେ ସମ୍ପର୍କରେ ପଚାରିବାକୁ କହିଥିଲେ। ଏପରିକି ସମ୍ପୃକ୍ତ କର୍ମଚାରୀ ଜଣଙ୍କ ମହିଳା ଆଇନଜୀବୀଙ୍କୁ ମଧ୍ୟ ସଠିକ ତଥ୍ୟ ନ ଦେଇ ଆଇନଜୀବୀଙ୍କୁ ପାଲଟା 'ମୋ ସହିତ ଆରଗ୍ୟୁମେଣ୍ଟ କରନ୍ତୁ ନାହିଁ, ବୋର୍ଡରେ ଲେଖା ହୋଇଛି ଆପଣ ଆସି ପଢି ନିଅନ୍ତୁ। ମୁଁ କଣ ସମସ୍ତଙ୍କୁ ଲେଖି ଲେଖି ଦେବି' ବୋଲି କହିଥିଲି ବୋଲି ମହିଳା ଆଇନଜୀବୀ କାନନବାଳା ପଟ୍ଟନାୟକ ଗଣମାଧ୍ୟମ ଠାରେ ପ୍ରକାଶ କରିଛନ୍ତି। ଜଣେ ଅଶିକ୍ଷିତ ଓ ଗରିବ ଶ୍ରେଣୀର ବ୍ୟକ୍ତି ବର୍ତମାନ ସମୟରେ ନିଜ ଚାଷ କାମ ଛାଡି଼ି ବାରମ୍ବାର କାର୍ଯ୍ୟାଳୟକୁ ଦୌଡିବା କଣ ସମ୍ଭବ ହୋଇପାରିବ? ଏଭଳି ପରିସ୍ଥିତିରେ ପଡି ବହୁ ଆଦିବାସୀ ଗରିବ ପରିବାର ନିର୍ଯାତନା ଓ ଶୋଷଣର ଶିକାର ହୋଇ ଆସୁଛନ୍ତି। ଏପରିକି ବେଳେବେଳେ ଆତ୍ମସମ୍ମାନ ଓ ପରିସ୍ଥିତି ଆଗରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ମଧ୍ୟ ନେଇଥାନ୍ତି। ଜଣେ ଆଇନଜୀବୀଙ୍କୁ ଏଭଳି ଭାବେ କହି ପାରୁଥିବା କର୍ମଚାରୀ ସାଧାରଣ ଲୋକଙ୍କୁ କିଭଳି ବ୍ୟବହାର କରୁଥିବା ତାହା ସହଜରେ ଅନୁମେୟ। ସାଧାରଣ ଲୋକଙ୍କୁ ହଇରାଣ କଲେ ମୁଁ ଆଇନଜୀବୀ ଭାବେ ତାଙ୍କ ମୌଳିକ ସୁବିଧା ପାଇଁ ଅସାଧୁ କର୍ମଚାରୀଙ୍କ ସହିତ ମୁକାବିଲା କରିବାକୁ ପଛେଇ ବି ନାହଁ ଏବଂ ଏଭଳି କର୍ମଚାରୀଙ୍କ ପ୍ରତି ବିଭାଗୀୟ ପଦକ୍ଷେପ ନେବା ଜରୁରୀ ବୋଲି ମହିଳା ଆଇନଜୀବୀ ନିଜ ମନ୍ତବ୍ୟରେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ହରିଶ ଚନ୍ଦ୍ର ବାଘଙ୍କୁ ପଚାରିବାରୁ ଆବେଦନକାରୀ ବ୍ୟକ୍ତି ଜଣଙ୍କ କେବଳ ଦୁଇଦିନ ଆମପାଖକୁ ଆସିଥିଲା ଏବଂ ତାଙ୍କ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଂଟ ନଥିବାରୁ ଏଭଳି ପରିସ୍ଥିତି ଭୋଗିବାକୁ ପଡୁଛି ବୋଲି ସଫେଇ ଦେଇଛନ୍ତି। ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ ସରକାରୀ ଗାଇଡ଼ଲାଇନ ଅଛି ଆମେ ପର୍ଯ୍ୟାପ୍ତ ଡକ୍ୟୁମେଂଟ ନଥିଲେ ଆମେ କିଭଳି କରିବୁ ବୋଲି କହିଥିଲେ। ମୋଟାମୋଟି ଭାବେ ବିନା ଉତ୍କୋଚରେ ଯଦି ଫାଇଲ ଘୁଂଚୁନି, ତେବେ ସରଳ ନିଷ୍କପଟ ସିଦାସାଧା ଆଦିବାସୀମାନଙ୍କୁ ଉତ୍କୋଚ ସମ୍ପର୍କରେ କିଏ କେମତି ବୁଝାଇବ ତାହା ମୁଖ୍ୟ ପ୍ରଶ୍ନବାଚୀ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande