ମହାନଗର କମିଶନରଙ୍କ ସମ୍ବଲପୁରୀ ଡେରା ପରିଦର୍ଶନ
ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ସମ୍ବଲପୁର ମହାନଗର କମିଶନର ବେଦଭୂଷଣ ବୁଧବାର ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିଦର୍ଶନ କରିବା ପରେ ସେଠାରେ ଚାଲିଥିବା ବିଭିନ୍ନ ବିକାଶମୁଖି କାର୍ଯ୍‌ଯ ପରିଦର୍ଶନ କରିଛନ୍ତି। ଗୁରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍
ମହାନଗର କମିଶନରଙ୍କ ସମ୍ବଲପୁରୀ ଡେରା ପରିଦର୍ଶନ


ମହାନଗର କମିଶନରଙ୍କ ସମ୍ବଲପୁରୀ ଡେରା ପରିଦର୍ଶନ


ମହାନଗର କମିଶନରଙ୍କ ସମ୍ବଲପୁରୀ ଡେରା ପରିଦର୍ଶନ


ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ସମ୍ବଲପୁର ମହାନଗର କମିଶନର ବେଦଭୂଷଣ ବୁଧବାର ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିଦର୍ଶନ କରିବା ପରେ ସେଠାରେ ଚାଲିଥିବା ବିଭିନ୍ନ ବିକାଶମୁଖି କାର୍ଯ୍‌ଯ ପରିଦର୍ଶନ କରିଛନ୍ତି। ଗୁରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପାଇଁ ସାରା ଜୀବନ ଉଦ୍ୟମ କରିଥିଲେ। ସେଥିପାଇଁ ତାଙ୍କର ଜନ୍ମଦିନ ଅଗଷ୍ଠ ଏକ ତାରିଖକୁ ସମ୍ବଲପୁରୀ ପ୍ରେମୀ ସମ୍ବଲପୁରୀ ଦିନ ଭାବେ ପାଳନ କରିଥାନ୍ତି। ତେବେ ୨୦୧୩ ମସିହାରୁ ଗୁରୁ ବହିଦାରଙ୍କ ସ୍ମୃତିରେ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଜେଳ ଛକ ନିକଟରେ ରହିଥିବା ଖାଲି ସ୍ଥାନକୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୭ ମସିହାରେ ସମ୍ବଲପୁର ପ୍ରଶାସନ ପକ୍ଷରୁ ଗୁରୁ ସତ୍ୟନାରାୟଣ ସ୍ମୃତି ରେ ଉଦ୍ୟାନ ନିର୍ମାଣ କରାଯାଇଥିଲା। ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଡେରା ପରିଦର୍ଶନ ସମୟରେ ଏହାର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମହାନଗର ନିଗମ ପକ୍ଷରୁ ସମ୍ବଲପୁରୀ ଡେରାର ପଛ ପାର୍ଶ୍ୱରେ ପାଚେରୀ ନିର୍ମାଣ କାମ ଶେଷ କରାଯାଇଥିବା ବେଳେ ସାମନା ଅଂଚଳକୁ ସମତୁଳ କରାଯାଇଛି। ସମ୍ବଲପୁର ସହରର ପ୍ରମୁଖ ସ୍ଥାନରେ ରହିଥିବା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଆଗାମୀ ସମୟରେ ଅନେକ ରକମର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ସୁଯୋଗ ରହିଛି। ସେଥିପାଇଁ ଡେରା ପରିସରରେ ରହିଥିବା ଜବରଦଖଲ ଉଚ୍ଚେଦ କରାଯାଇ ଅଂଚଳର ବିକାଶ ପାଇଁ ବିଭିନ୍ନ ପ୍ରକଲ୍ପ ହାତକୁ ନିଆଯାଉଥିବା କମିଶନର ସୂଚନା ଦେଇଥିଲେ। ସମ୍ବଲପୁର ସହର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଗାମୀ ଦିନରେ ସମ୍ବଲପୁରୀ ଡେରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ତେଣୁ ସମ୍ବଲପୁରୀ ଡେରା ପରିସରରେ ଏଣୁତେଣୁ ନିର୍ମାଣ ନକରି ଏହାର ଯୋଜନାବଦ୍ଧ ବିକାଶ କରାଯିବାର ଆବଶ୍ୟକତା ରହିଥିବା କମିଶନର କହିଛନ୍ତି। ଏହାସହ ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ କାମଯାଉଛି। ମହାନଗର କମିଶନର ଡେରା ପରିସରରେ ଚାଲିଥିବା ବିକାଶ କାମ ତଦାରଖ କରିବା ସହ ନିର୍ମାଣ କାମ ତ୍ୱରାନ୍ୱିତ କରି ସମ୍ବଲପୁରୀ ଦିନ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁରୀ ଡେରା ପରିଦର୍ଶନ ଅବସରରେ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ୧୩ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ପାଇ ନିମନ୍ତ୍ରଣ କରାଯାଇଥିଲା । ତେବେ ମହାନଗର କମିଶନର ବେଦଭୂଷଣଙ୍କର କନ୍ଧମାଳ ଜିଲାପାଳ ଭାବେ ବଦଲି ହୋଇଥିବା ବେଳେ ସମ୍ବଲପୁରୀ ଡେରା ପାଇଁ ରହିଥିବା ବିକାଶ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ମହାନଗର କମିଶନର ମଂଚର ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଶଙ୍କର ମେହେର, ପ୍ରଥମ ନାରାୟଣ ପଣ୍ଡା, ସନ୍ତୋଷ ବଢାଇ ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande