ନଦୀରେ ବୁଡି ମହିଳା ମୃତ
କେନ୍ଦୁଝର, ୨୩ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜଳସୁଆଁ ଗ୍ରାମ କୁସେଇ ନଦୀରେ ବୁଡି ଜନୀମହିଳା ଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଖବର ଅନୁଯାୟୀ ଉକ୍ତ ଗ୍ରାମର ୪ନଂ ୱାଡ କୁମ୍ଭାର ସାହିର ଲକ୍ଷ୍ମୀ ରଣା (୭୦)ଆଜି ଗ୍ରାମ ନିକଟସ୍ତ କୁଷେଇ ନଦୀ କୁ ଗା
ନଦୀରେ ବୁଡି ମହିଳା ମୃତ


କେନ୍ଦୁଝର, ୨୩ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜଳସୁଆଁ ଗ୍ରାମ କୁସେଇ ନଦୀରେ ବୁଡି ଜନୀମହିଳା ଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଖବର ଅନୁଯାୟୀ ଉକ୍ତ ଗ୍ରାମର ୪ନଂ ୱାଡ କୁମ୍ଭାର ସାହିର ଲକ୍ଷ୍ମୀ ରଣା (୭୦)ଆଜି ଗ୍ରାମ ନିକଟସ୍ତ କୁଷେଇ ନଦୀ କୁ ଗାଧେଇବାକୁ ଯାଇଥିଲେ। ଲକ୍ଷ୍ମୀ ଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବୋହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତା ପାଇ ପାରି ନଥିଲେ। ତେବେ ମଧ୍ୟାହ୍ନ ସମୟରେ ଗ୍ରାମର ଅନିଲ କୁମାର ମାଝୀ ନଦୀକୁ ଗାଧୋଇବାକୁ ଯାଇ ମୃତ ଶରୀର ଭାସୁଥିବା ଦେଖି ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଘଷିପୁରା ଅଗ୍ନିଶମ ବାହିନୀର କର୍ମକର୍ତା ପହଂଚି ମୃତ ଶରୀର କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ରାମଚନ୍ଦ୍ରପୁର ଥାନା ପୋଲିସ ପହଂଚି ମୃତ ଶରୀରକୁ ନିଜ ହେପାଜତ କୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande