ବଲାଙ୍ଗିର, ୨୪ ଜୁଲାଇ (ହି.ସ.)-
ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠିଙ୍କ ସଭାପତିତ୍ଵରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ ଗତକାଲି
ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡିଏଲଏସଏ, ସମ୍ପାଦକ ପବିତ୍ରାନନ୍ଦ ପ୍ରଧାନ, ଡିଏସପି, ବଲାଙ୍ଗିର କମଲ କୁମାର ପଣ୍ଡା ଯୋଗଦେଇ ଲିଙ୍ଗଗତ ବୈଷମ୍ୟ, ବାଲ୍ୟ ବିବାହ ରକିବା, ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ ତଥା ଶିଶୁ ଅଧିକାର, ଜୁନ ମାସରୁ ଜାନୁଆରୀ-୨୦୨୬ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ, ନୂତନ ଆଇନ ବ୍ୟବସ୍ଥାରେ ଥିବା ଇ-ଏଫଆଇଆର, ଜିରୋ ଏଫଆଇଆର ସମ୍ପର୍କରେ, ପ୍ରତ୍ୟେକ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲ ଗୁଡିକରେ ସେଲ୍ଫ ଡିଫେନ୍ସ ତାଲିମ ପ୍ରଦାନ ତଥା ପରିସର ମଧ୍ୟରେ ଅନାଧିକୃତ ଭାବେ ପ୍ରବେଶ ନିଷେଧ କରିବା, ଛାତ୍ରୀ, ଅନ୍ତେବାସୀ ମାନଙ୍କୁ ସଚେତନ ଓ ଜାଗୃତ କରିବା ଓ ବେଟି ବଚାଓ ବେଟି ପଢାଓ ଯୋଜନା ଉପରେ ଆଲୋକପାତ କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ସଚେତନତା ହିଁ ସୁରକ୍ଷାର ମାପକାଠି ବୋଲି ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁସୁମା ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ, ଡଃ. ନମିତା ମିଶ୍ର, ଅଡିଇଓ ସେବାଶ୍ରୀ ଭୋଇ, କନିଷ୍ଠ କର୍ମ ନିଯୋଜନ ଅଧିକାରୀ ଦୀପକ କୁମାର ସାମଲ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସିଡ଼ିପିଓ, ପିଓ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ