ଗଂଜାମ, 24 ଜୁଲାଇ (ହି.ସ.)
ସାନଖେମୁଣ୍ଡି ବ୍ଳକର ଦାମପୁର ଗ୍ରାମରେ ଝାଡାବାନ୍ତି ରୋଗରେ ମୃତ୍ୟୁ ବରଣ କରିଥିବା ତିନି ପରିବାରର ଉତ୍ତରାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ 20ହଜାର ଲେଖା ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କ ନେତୃତ୍ୱରେ ଏକଟିମ ଦାମପୁର ଯାଇ ଘରଘର ବୁଲି ଝାଡାବାନ୍ତି ରୋଗ ବ୍ୟାପିବାର କାରଣ ଅନୁଧ୍ୟାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ