ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ପୁନର୍ଗଠିତ
ବଲାଙ୍ଗିର, 24 ଜୁଲାଇ (ହି.ସ.) ସ୍ଥାନୀୟ ବିଶ୍ୱ କଲ୍ୟାଣ ନାଗରିକ କମିଟି ପରିଚାଳନା ପରିଷଦ ପୁନର୍ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରେମକୁମାର ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ଡ. ଗୌତମ ବିଶ୍ଵାଳ, ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଉପ ସଭାପତି ଗୋପାଳ ପଧାନ, ସହ ସମ୍ପ
ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ପୁନର୍ଗଠିତ


ବଲାଙ୍ଗିର, 24 ଜୁଲାଇ (ହି.ସ.)

ସ୍ଥାନୀୟ ବିଶ୍ୱ କଲ୍ୟାଣ ନାଗରିକ କମିଟି ପରିଚାଳନା ପରିଷଦ ପୁନର୍ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରେମକୁମାର ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ଡ. ଗୌତମ ବିଶ୍ଵାଳ, ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଉପ ସଭାପତି ଗୋପାଳ ପଧାନ, ସହ ସମ୍ପାଦକ ନଜରୁଲ୍ଲା ଖାଁ ଓ କୋଷାଧ୍ୟକ୍ଷ ଭାବେ ଇନ୍ଦ୍ରମଣି ପାତ୍ର ମନୋନୀତ ହୋଇଥିଲେ । ମିଡ଼ିଆ ପ୍ରମୁଖ ଭାବେ ରାଜକୁମାର ଅଗ୍ରୱାଲ ଓ କଲ୍ୟାଣ ମଣ୍ଡପ ଦାୟିତ୍ୱରେ ରବୀନ୍ଦ୍ର ପୁଟେଲ ରହିଥିବା ବେଳେ ଆନନ୍ଦ ପୁଟେଲ, ଚତୁର ଦଳେଇ, ଶଶି ଶର୍ମା, କୁନା ଭୋଇ, ଅଶୋକ ବରିହା ପ୍ରମୁଖ ପରିଚାଳନା କମିଟିର ସଦସ୍ୟ ଭାବେ ରହିଛନ୍ତି । ଏଥିସହିତ ଉପଦେଷ୍ଟା କମିଟିରେ ବଂଶୀଧର କାଲସାଏ, କମଳ ଲୋଚନ ବାବା, ସଦାନନ୍ଦ ଧରୁଆ, ଲକ୍ଷ୍ମୀପ୍ରସାଦ ରଣା, ନବକିଶୋର ନାଏକ ପ୍ରମୁଖ ରହିଛନ୍ତି । ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସ୍ଥାନୀୟ ନୂଆପଡ଼ା ସ୍ଥିତ ରେଳ ଫାଟକ ବନ୍ଦ ନିଷ୍ପତ୍ତିକୁ ବିରୋଧ କରାଯିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ କରାଯିବା ସହିତ ପରବର୍ତ୍ତୀ ବୈଠକ ଆସନ୍ତା ସ୍ଵାଧୀନତା ଦିବସ ଦିନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande