ଭୁବନେଶ୍ୱର, 24 ଜୁଲାଇ (ହି.ସ.)
- ଯୁବତୀ ଏବଂ ମହିଳା ସୁରକ୍ଷା ନେଇ ବସିବ ବଡ ବୈଠକ । ମୁଖ୍ୟମନ୍ତ୍ରଙ୍କ ଉଦବେଗ
ପରେ ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ । ଏକ ଡ଼ଜନରୁ ଉର୍ଦ୍ଧ୍ଵ ବିଭାଗକୁ ନେଇ ବୈଠକ । ଯୁବତୀ ଓ
ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସର ବୈଠକ । ଲୋକ ସେବା ଭବନରେ3 ଟା ବେଳେ ବସିବ ବୈଠକ । ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ବସିବ ବୈଠକ । ଉନ୍ନୟନ
କମିଶନରଙ୍କ ପୋଲିସ ଡିଜି ଉପସ୍ଥିତ ରହିବେ । ଗୃହ, ଅର୍ଥ, ବାଣିଜ୍ୟ ଓ ପରିବହନ, ଶ୍ରମ
ଓ ନିୟୋଜନ, ଅନୁସୂଚିତ ଜନଜାତି ଓ ଜାତି, କ୍ରୀଡା ଓ ଯୁବ ବ୍ୟାପାର, ମହିଳା
ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ପରିବାର
କଲ୍ୟାଣ, ସାମାଜିକ ସୁରକ୍ଷା ଓ
ଭିନ୍ନକ୍ଷମ ସଶକ୍ତି କରଣ. ପଞ୍ଚାୟତିରାଜ ଓ ପାନୀୟଜଳ, ଦକ୍ଷତା
ବିକାଶର ସଚିବ ଉପସ୍ଥିତ ରହିବେ । ପୋଲିସ ଡିଜି. କ୍ରାଇମ ଆଇଜି, ଇଷ୍ଟକୋଷ୍ଟ ରେଲୱେର ଅଧିକାରୀ, ଆଇନ
ପ୍ରାଧିକରଣ ସେବାର ସଦସ୍ୟ ବି ସାମିଲ ହେବେ ।
ୟୁନିସେଫ ଏବଂ ୟୁନଏଫବିଏର ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓମେନ୍ସ ଷ୍ଟଡି
ନିର୍ଦ୍ଦେଶକା ମଧ୍ୟ ସାମିଲ ହେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା