ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ସମ୍ବଲପୁର ସିଟି ଷ୍ଟେସନ ନିକଟରେ ସାଲିମାର ସମ୍ବଲପୁର ମହିମା ଗୋସାଇଁ
ଏକ୍ସପ୍ରେସ ଲାଇନ ଚ୍ୟୁତ ହୋଇଯାଇଛି । ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା
ମିଳିଛି । ସକାଳ 9.18 ରେ ଟ୍ରେନର ଗତି ଖୁବ କମ ରହିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଘଟଣାରେ
କେହି ଆହତ ହୋଇ ନ ଥିବା ବେଳେ ଟ୍ରେନ ଏବେ ଷ୍ଟେସନ ଛାଡି ସାରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା