ଉଜ୍ଜୟିନୀ- ରାତି 12ଟା ବେଳେ ଖୋଲିଲା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଲମ୍ବା ଲାଇନ
ଉଜ୍ଜୟିନୀ, 29 ଜୁଲାଇ (ହି.ସ.) - ମଧ୍ୟପ୍ରଦେଶର ଉଜ୍ଜୈନ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଂଗ ଭଗବାନ ମହାକାଳେଶ୍ୱର ମନ୍ଦିରର ତୃତୀୟ ମହଲାରେ ଥିବା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର ସୋମବାର ରାତି ୧୨ଟାରେ ଖୋଲାଯାଇଛି। ମହାନିର୍ବାଣୀ ଅଖାଡ଼ାର ମହନ୍ତ ଭିନୀତଗିରି ମ
ଉଜ୍ଜୟିନୀ- ରାତି 12ଟା     ବେଳେ ଖୋଲିଲା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଲମ୍ବା ଲାଇନ


ଉଜ୍ଜୟିନୀ, 29 ଜୁଲାଇ (ହି.ସ.)

- ମଧ୍ୟପ୍ରଦେଶର

ଉଜ୍ଜୈନ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଂଗ ଭଗବାନ ମହାକାଳେଶ୍ୱର ମନ୍ଦିରର ତୃତୀୟ ମହଲାରେ

ଥିବା ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର ସୋମବାର ରାତି ୧୨ଟାରେ ଖୋଲାଯାଇଛି। ମହାନିର୍ବାଣୀ

ଅଖାଡ଼ାର ମହନ୍ତ ଭିନୀତଗିରି ମହାରାଜ ତ୍ରିକାଳ ପୂଜନ କରି ମନ୍ଦିରର ଦ୍ୱାର ଖୋଲିଥିଲେ। ଏହା ପରେ

ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି, ଯାହା ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ଅର୍ଥାତ୍ ୨୪ ଘଣ୍ଟା ଚାଲିବ।

ଭଗବାନ ନାଗଚନ୍ଦ୍ରେଶ୍ୱରଙ୍କ ଦର୍ଶନ ପାଇଁ ରାତିରେ ଭକ୍ତମାନେ ଲମ୍ବା ଲାଇନ ଲଗାଇଛନ୍ତି।

ମହାକାଳେଶ୍ୱର ମନ୍ଦିର କମିଟିର

ପ୍ରଶାସକ ପ୍ରଥମ କୌଶିକ କହିଛନ୍ତି ଯେ, ଶ୍ରୀ ନାଗଚନ୍ଦ୍ରେଶ୍ୱର ମନ୍ଦିରର ଦ୍ୱାର ପ୍ରତିବର୍ଷ କେବଳ ଥେର, ନାଗପଞ୍ଚମୀ ଦିନ ୨୪ ଘଣ୍ଟା ପାଇଁ ଖୋଲାଯାଏ। ଭକ୍ତମାନେ ମଙ୍ଗଳବାର

ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏଠାରେ ନାଗପଞ୍ଚମୀ ଦିନ ୧୨ଟାରେ ପୁଣି

ମହାନିର୍ବାଣୀ ଅଖାଡ଼ା ପକ୍ଷରୁ ପୂଜା କରାଯିବ। ତା’ପରେ ସନ୍ଧ୍ୟାବେଳେ ଭଗବାନ ମହାକାଳଙ୍କ ଆରତି ଶେଷରେ ପୁଜାରୀମାନେ ଓ

ପୁରୋହିତମାନେ ଶେଷ ପୂଜନ କରିବେ। ଏହା ପରେ ରାତି ୧୨ଟାରେ ମନ୍ଦିରରେ ଆରତି ହେବ ଏବଂ ଦ୍ୱାର

ପୁଣି ବନ୍ଦ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande