୬ କ୍ଵିଣ୍ଟାଲ ୧୫ କେଜି ଗଞ୍ଜେଇ ସହ ପିକଅପ୍ ଭ୍ୟାନ ଜବତ, ଅଭିଯୁକ୍ତ ଫେରାର
ସୁବର୍ଣ୍ଣପୁର, 3 ଜୁଲାଇ (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ଗଂଜେଇ ଚୋରାଚାଲାଣ ହେଉଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫ କେଜି ଗଂଜେଇ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ପିକ୍‌ଅପ୍ ଭ୍ୟାନ୍‌ ନକଲି ନମ୍ବର (ଓଡି ୩୧ଜି -୨୮୪୩) ଗଞ୍ଜେଇ ନେଇ କଣ୍ଟାମାଳ ପଟୁ ତରଭା ଆଡ଼କୁ
୬ କ୍ଵିଣ୍ଟାଲ ୧୫ କେଜି ଗଞ୍ଜେଇ ସହ ପିକ ଅପ୍ ଭ୍ୟାନ ଜବତ, ଅଭିଯୁକ୍ତ ଫେରାର


ସୁବର୍ଣ୍ଣପୁର, 3 ଜୁଲାଇ (ହି.ସ.)

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ଗଂଜେଇ ଚୋରାଚାଲାଣ ହେଉଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫ କେଜି ଗଂଜେଇ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ପିକ୍‌ଅପ୍ ଭ୍ୟାନ୍‌ ନକଲି ନମ୍ବର (ଓଡି ୩୧ଜି -୨୮୪୩) ଗଞ୍ଜେଇ ନେଇ କଣ୍ଟାମାଳ ପଟୁ ତରଭା ଆଡ଼କୁ ଆସୁଥିବା ଖବର ପାଇ ଏସ୍‌ପି ନାରାୟଣ ନାୟକ ତରଭା ପୋଲିସକୁ ଖବର କରିଥିଲେ । ପରେ ତରଭା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ରେ ଏଏସଆଇ ରବିନ୍ଦ୍ର ସାହୁ ଏବଂ ଅନ୍ୟ ଅଧିକାରୀ ମାନେ ଗାଡି ଉପରେ ସତର୍କ ନଜର ରଖିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଟରୁ ଦୃତ ଗତିରେ ଆସୁଥିବା ଗାଡ଼ି କୁ ପୋଲିସ ଟିମ୍ କୌଶଳ କ୍ରମେ ଅଟକାଇବା ବେଳେ ଭ୍ୟାନ୍ ଚାଳକ ଜାଣିପାରି ଗାଡ଼ିକୁ ଅଟକାଇ ଫେରାର ହୋଇଯାଇଥିଲା । ପରେ ଯାଞ୍ଚ ସମୟରେ ପିକ୍‌ଅପ୍ ଭ୍ୟାନ୍‌ରୁ ୨୫ଟି ବସ୍ତାରେ ଭର୍ତ୍ତି ହୋଇଥିବା ୬୦୮ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। ଉକ୍ତ ଗାଡିକୁ ମାଜିଷ୍ଟ୍ରେଟ ସମ୍ବୁଖରେ ଯାଞ୍ଚ କରିବା ପରେ ସେଥିରୁ ୬ କ୍ଵିଣ୍ଟାଲ ୧୫ କେଜି ୨୩୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏନଡିପିଏସ କେଶ୍ ନମ୍ବର ୧୬୩ ୧-୭-୨୦୨୫ ୟୁ ଏସ ୨୦( ବି ) (i i) ସି ରେ ମାମଲା ରୁଜ୍ଜୁ ହୋଇଛି ଓ ଏକ ଫେକ୍ ନମ୍ୱର୍ ଥିବା ପିକ୍ ଅପ୍ ଗାଡ଼ି କୁ ପୋଲିସ ଜବତ କରିଥିବା ବିଷୟ ଆଜି ଏସପି ଶ୍ରୀ ନାରାୟଣ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ଅନିତା କିଡୋ, ଏସ୍‌ଆଇ ରବୀନ୍ଦ୍ର ସାହୁ, ମାରୁତ ଚନ୍ଦ୍ର ପ୍ରଧାନ, ଏଏସ୍‌ଆଇ ଶୁଭେନ୍ଦୁ ସିଂ, ମେଣ୍ଡା ଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିଆ, କନଷ୍ଟେବଳ କୈଳାସ ଭୋଇ, ଗୋପୀନାଥ ସାହୁ, ଓଏପିଏ ପରମାନନ୍ଦ ପଧାନ, ଜ୍ୟୋତ୍ସ୍ନା ପ୍ରଧାନ, ପ୍ରଭାସିନୀ ପ୍ରଧାନ ଓ ହୋମଗାର୍ଡ ତରଣୀ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande