ବାହୁଡା ଯାତ୍ରା ଉତ୍ସବ ଅନୁଷ୍ଠିତ
ଜୟପୁର, ୪ ଜୁଲାଇ (ହି.ସ.)- ବାହୁଡ଼ା ଯାତ୍ରା ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ବଡ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ଉପସ୍ଥିତ ରହିବା ସହ ଶିଶୁ ବାଟିକା ବିଭାଗ ଏବଂ ପ୍ରଥମ ଓ ଦ୍ଵିତୀ
ବାହୁଡା ଯାତ୍ରା ଉତ୍ସବ ଅନୁଷ୍ଠିତ


ଜୟପୁର, ୪ ଜୁଲାଇ (ହି.ସ.)- ବାହୁଡ଼ା ଯାତ୍ରା ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ବଡ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ଉପସ୍ଥିତ ରହିବା ସହ ଶିଶୁ ବାଟିକା ବିଭାଗ ଏବଂ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ସମସ୍ତ ଶିଶୁ, ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୋଟ ୨୨୩ ଜଣ ଶିଶୁ ଉପସ୍ଥିତ ରହିବା ସହ ଘଣ୍ଟ, ଗିନି, ମୃଦଙ୍ଗ, ଶଙ୍ଖ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଦୋକାନ ବଜାର ବ୍ୟବସ୍ଥା କରି ଆନନ୍ଦର ସହ ଉପଭୋଗ କରିଥିଲେ । ଶିଶୁମାନଙ୍କ ସହ ସେମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପରମ୍ପରାଟି ବହୁତ ସୁନ୍ଦର ଏବଂ ଆଗାମୀ ଦିନରେ ମଧ୍ୟ ଏହିଭଳି ସୁନ୍ଦର କାର୍ଯ୍ୟକ୍ରମ କରାଯାଉ ବୋଲି ସେମାନେ ମତ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande