ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ବିଜେପି-ବିଜେଡି ମୁହାଁମୁହିଁ
ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେଡିର ନେତା ମନ୍ତ୍ରୀ ଓ ବିଧାୟକ ମାନେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ୍ କରୁଥିଲେ ବୋଲି ବିଜେପି ରାଜ୍
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ବିଜେପି-ବିଜେଡି ମୁହାଁମୁହିଁ


ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେଡିର ନେତା ମନ୍ତ୍ରୀ ଓ ବିଧାୟକ ମାନେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ୍ କରୁଥିଲେ ବୋଲି ବିଜେପି ରାଜ୍ର ସଭାପତି ମନମୋହନ ସାମଲ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଦଳ ଏକ ଅଭ୍ୟାସ ଗତ ମିଛୁଆ ଦଳ ଭାବେ ପରିଣତ ହୋଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଶାରଦା ଜେନା ।

ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ସରକାରଙ୍କ ଉପରେ ବିଶ୍ୱାସ ଭରସା ରଖି ଜମାକାରୀ ମାନେ ଚିଟଫଣ୍ଡରେ ଟଙ୍କା ଜମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ କରିବାରେ ଲାଗିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରୀ, ବିଧାୟକ, ସାଂସଦ ମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ କରୁଥିଲେ । ବିଜେଡ଼ିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ବର୍ଷ ବର୍ଷ ଜେଲ ମଧ୍ୟ ଯାଇଛନ୍ତି । ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ । ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକ ବିଶ୍ୱାସ ଉଠିଯାଇଥିଲା । ଆସନ୍ତା ୩ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି । ତେବେ ଗତ ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରାଗଲାଣି ।

ସେ ଆହୁରି କହିଛନ୍ତି ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ମାନେ ଚିଟଫଣ୍ଡ କମ୍ପାନୀକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟକୁ କେସ ଗଲା ପରେ ପୂର୍ବ ସରକାର କର୍ପସ ଫଣ୍ଡ ତିଆରି କଲେ । କିନ୍ତୁ ବିଜେଡ଼ି ସରକାରର ନିୟତ ଠିକ୍ ନଥିବାରୁ କ୍ରୀୟନ୍ୱୟନ ହୋଇପାରିଲା ନାହିଁ । ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ।

ସେପଟେ ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ବିଜେପି ଦଳ ଏକ ଅଭ୍ୟାସ ଗତ ମିଛୁଆ ଦଳ ଭାବେ ପରିଣତ ହୋଇଛି। ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥିଲେ କି ସରକାରକୁ ଆସିବାର ୨୪ ଘଣ୍ଟାରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ବର୍ତମାନ ସରକାରଙ୍କୁ ୧୩ମାସ ବିତିଗଲାଣି । ତଥାବି ଚିଟଫଣ୍ଡ ହିତାଧିକାରୀଙ୍କୁ ଟଙ୍କା ଫେରାଇ ପାରିଲେ ନାହିଁ । କ୍ଷୁଦ୍ର ଜମା କାରିଙ୍କୁ ଅର୍ଥ ଦେବେ କହିଲେ କିନ୍ତୁ ଅଧିକ ଅର୍ଥ ବାଲାଙ୍କୁ କେବେ ଟଙ୍କା ଦେବେ ।

ଶ୍ରୀ ସାମଲ କହିଛନ୍ତି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇରେ ଅବସରପ୍ରାପ୍ତ ଜଷ୍ଟିସ ଆର.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସାଇଥିଲେ ପୂର୍ବ ସରକାର । ତେବେ ଜାନୁଆରୀ ୨୦୧୫ରେ ତାଙ୍କ ମୃତ୍ୟୁ ପରେ ଫେବୃଆରୀ ୨୦୧୫ରେ ଜଷ୍ଟିସ ଏମ.ଏମ ଦାସଙ୍କୁ କମିଶନର ଅଧ୍ୟକ୍ଷ ଭାବେ ତତ୍କାଳୀନ ବିଜେଡି ସରକାର ନିଯୁକ୍ତ କରିଥିଲେ। ତଦନ୍ତ କମିଶନ ସରକାରଙ୍କ ନିକଟରେ ୭ଟି ଅନ୍ତରୀଣ ତଦନ୍ତ ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ। ତେବେ ୫ ଫେବୃଆରୀ ୨୦୨୦ରେ ଶେଷ ହୋଇଥିଲା ତଦନ୍ତ କମିଶନର କାର୍ଯ୍ୟକାଳ । କିନ୍ତୁ ଟଙ୍କା ଫେରସ୍ତ ପାଇଁ ଆଉ ତଦନ୍ତ କମିଶନର କାର୍ଯ୍ୟକାଳ ବୃଦ୍ଧି କରିନଥିଲେ ପୂର୍ବ ସରକାର । ଏପରିକି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ କମିଶନ ବାବଦକୁ ୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ ସେତେବେଳର ସରକାର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande