ଶିମଳା 3 ଜୁଲାଇ (ହି.ସ)-ହିମାଚଳପ୍ରଦେଶରେ ମୌସୁମୀ ସକ୍ରିୟ ରହିଛି ଏବଂ ଆଜି ମଧ୍ୟ ପାଗ ଖରାପ ରହିଛି।ରାଜଧାନୀ ଶିମଳା ସମେତ ଅଧିକାଂଶ ସ୍ଥାନରେ ଗତ ରାତିରେ ପ୍ରବଳ ବର୍ଷା ହୋଇଛି।ପାଣିପାଗ ବିଭାଗ କାଙ୍ଗଡା ,ମଣ୍ଡି ,ହମିରପୁର,ଶିମଳା,ସିରମୌର ଏବଂ ସୋଲନ ଜିଲ୍ଲା ପାଇଁ ଆଗାମୀ 24 ଘଣ୍ଟା ମଧ୍ୟରେବନ୍ୟାର ଆଶଙ୍କା ରହିଛି।ବିଭାଗ ଆଜି ଏବଂ କାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖିୟେଲୋ ଆର୍ଲଟ ଜାରି କରାଯାଇଥିବାବେଳେ5 ଜୁଲାଇରୁ 9 ଜୁଲାଇ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆରେଞ୍ଜ ଆର୍ଲଟ ଜାରି କରାଯାଇଛି।ରାଜଧାନୀ ଶିମଳା ସମେତ ଅନେକ ସ୍ଥାନରେ ଗତ ରାତିରେ ପ୍ରବଳ ବର୍ଷା ହୋଇଥିଲା ,ଯେଉଁଥିରେ ସିରମୌରର ପଚ୍ଛାଦରେ ସର୍ବାଧିକ 133 ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ହମୀରପୁରର ବଡସରରେ 92 ମିମି,ଶିମଳାର ଜୁବ୍ବଡହଟ୍ଟୀରେ 59 ମିମି,ଉନାରେ 55 ମିମି,ନାହନରେ 42 ମିମି,କାଙ୍ଗଡାରେ 32 ମିମି,ସରାହନାରେ 29 ମିମି,ସୁନ୍ଦରନଗରରେ 19 ମିମି ଏବଂ ଶିମଳା ସହରରେ 10 ମିମି ବର୍ଷା ରେକର୍ଡ କରାଯାଇଛି।ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା