ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.) - ଆସନ୍ତା ୬ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହେବ ନିଷ୍କାସନ କରାଯିବ। ହୀରାକୁଦ ଜଲଭଣ୍ଡାରରୁ ଆବଶ୍ୟକତା ଅନୁସାରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆସନ୍ତା ୬ ତାରିଖ ସକାଳ ୧୦ଟା ସମୟରେ ପୂଜାର୍ଚ୍ଚନା ସରିଲା ପରେ ଗେଟ୍ ଖୋଲାଯିବ। ପୂଜାର୍ଚ୍ଚନା ପରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭ ନମ୍ବର ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଜଲଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା