ଭାରତରେ ପୁଣିଥରେ ୧୮ ହଜାରରୁ ଅଧିକ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଂଟ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ, ୩ ଜୁଲାଇ (ହି.ସ.)- ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିଛି ସମୟ ପୂର୍ବରୁ ଏହି ଆକାଉଂଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, ଯାହା ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲ
ଭାରତରେ ପୁଣିଥରେ ୧୮ ହଜାରରୁ ଅଧିକ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଂଟ ଉପରେ ଲାଗିଲା ପ୍ରତିବନ୍ଧକ


ନୂଆଦିଲ୍ଲୀ, ୩ ଜୁଲାଇ (ହି.ସ.)- ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିଛି ସମୟ ପୂର୍ବରୁ ଏହି ଆକାଉଂଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, ଯାହା ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ମଧ୍ୟ ଏହି ନିଷ୍ପତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲା । ଏବେ ପୁଣି ଥରେ ଭାରତରେ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିଷ୍ପତି ପରେ, ସୋସିଆଲ ମିଡିଆରେ ପ୍ରତିକ୍ରିୟାର ଧାରା ଜାରି ରହିଛି ।

ରିପୋର୍ଟ ଅନୁଯାୟୀ, ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ପରେ, ଭାରତ ସରକାର ପୁଣି ଥରେ ଏକ କଠୋର ପଦକ୍ଷେପ ନେଇ ଭାରତରେ ୧୮ ହଜାରରୁ ଅଧିକ ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିକଟରେ ମାୱରା ହୋକେନ୍‌, ହାନିଆ ଆମିର ଏବଂ ଫୱାଦ ଖାନଙ୍କ ଭଳି ଅନେକ ପାକିସ୍ତାନୀ କଳାକାର ଏବଂ କ୍ରିକେଟରଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଦୃଶ୍ୟମାନ ହେଉଥିଲା, କିନ୍ତୁ ବର୍ତମାନ ସରକାରଙ୍କ ନୂତନ କାର୍ଯ୍ୟାନୁଷ୍ଠାନ ଅଧୀନରେ, ଭାରତରେ ଏହି ସମସ୍ତଙ୍କ ଇନଷ୍ଟାଗ୍ରାମ ଆକାଉଂଟକୁ ପୁଣି ଥରେ ବ୍ଲକ କରିଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande