ଭୁବନେଶ୍ୱର,୦୩ ଜୁଲାଇ (ହି.ସ.)- ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ବର୍ତମାନ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଆଗାମୀ ୧୦୦ ବର୍ଷ ଯାଏଁ ଯେମିତି କୌଣସି ସମସ୍ୟା ହେବ ନାହିଁ ସେହି ଅନୁସାରେ ମରାମତି କରାଯାଉଛି ।
ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ଅଛି। ବାହୁଡ଼ା ସୁଦ୍ଧା ମରାମତି କାମ ସରିବାର ଲକ୍ଷ୍ୟ ଥିଲା । ମରାମତି ସରିଲା ପରେ ଅଳଙ୍କାର ସିନ୍ଦୁକ ଗୁଡ଼ିକ ଭଣ୍ଡାର ଭିତରକୁ ନିଆଯିବ। ମହାପ୍ରଭୁଙ୍କ ନୀଳାଦ୍ରିବିଜେ ହେବା ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ବର୍ତମାନ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଆଗାମୀ ୧୦୦ ବର୍ଷ ଯାଏଁ ଯେମିତି କୌଣସି ସମସ୍ୟା ହେବ ନାହିଁ ସେହି ଅନୁସାରେ ମରାମତି କରାଯାଉଛି ।
ରଥଯାତ୍ରା ସୁପରିଚାଳନା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ବାହୁଡ଼ାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସୁପରିଚାଳନା ପାଇଁ ସମସ୍ତ ଦିଗକୁ ଲକ୍ଷ୍ୟ ରଖାଯାଇଛି। ସବୁ ଦିଗର ତର୍ଜମା କରାଯାଇଛି। ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ବାହୁଡ଼ା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଫଳତା ସହ ହେବ ବୋଲି ବିଶ୍ୱାସ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା