କଲିକତା, ୦୩ ଜୁଲାଇ (ହି.ସ.) – ସୋସିଆଲ ମିଡ଼ିଆରେ ବୃଦ୍ଧି ପାଉଥିବା ଉତେଜନାମୂଳକ ଏବଂ ଆପତିଜନକ ବିଷୟବସ୍ତୁ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି ଯେ, ଏହି ପୋଷ୍ଟ ଗୁଡ଼ିକ ସମାଜ ଉପରେ ଗମ୍ଭୀର ଏବଂ ବ୍ୟାପକ ପ୍ରଭାବ ପକାଉଛି, ଯାହା ଦେଶର ଶାନ୍ତି ଏବଂ ସାମାଜିକ ସଦ୍ଭାବକୁ ଚ୍ୟାଲେଂଜ କରୁଛି ।
ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏପରି ଡିଜିଟାଲ ଅପରାଧର ମୁକାବିଲା ପାଇଁ କଠୋର ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି ଯାହା ସାଇବରସ୍ପେସରେ ଉତେଜନାମୂଳକ ସାମଗ୍ରୀର ସୃଷ୍ଟି ଏବଂ ପ୍ରସାରକୁ ପ୍ରଭାବଶାଳୀ ଭାବରେ ବନ୍ଦ କରିପାରିବ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ