ଜୟପୁର, ୩ ଜୁଲାଇ (ହି.ସ.)- ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ଏହି ବୈଠକ ଜିଲ୍ଲା ସଂପାଦକ ନବୀନ ମାଦଳାଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଥିଲା । ଏହାକୁ ଅଧ୍ୟକ୍ଷତା କରିଥିଲେ ସଭାପତି ମଦନ ମୋହନ ନାୟକ । କେନ୍ଦ୍ରୀୟ ସଭାପତି ଡଃ. ଅଦ୍ୱୈତ କୁମାର ପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଏହି ନିର୍ବାଚନରେ ମାଲକାନଗିରି ଶାଖା ସଭାପତି ରଂଜନ କୁମାର ସ୍ୱାଇଁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ସମସ୍ତ କର୍ମକର୍ତ୍ତାଙ୍କ ନାମ ମନୋନୀତ କରାଯାଇଥିଲା । ଏଥିରେ ମୁଖ୍ୟ ପରାମର୍ଶଦାତା ରୂପେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ମନୋନୀତି କରାଯାଇଥିବା ବେଳେ ପରାମର୍ଶଦାତା ଭାବେ ପୂର୍ବତନ କେନ୍ଦ୍ରୀୟ ସଭାପତି ବିନୋଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଚୟନ କରାଯାଇଥିଲା । ସେହିପରି ସଭାପତି ଭାବେ ମଦନ ମୋହନ ନାୟକ, କାର୍ଯ୍ୟକାରୀ ସଭାପତି ଗୁପ୍ତେଶ୍ୱର ଦଣ୍ଡସେନା, ଉପସଭାପତି ରୂପେ କୃଷ୍ଣଚନ୍ଦ୍ର ନେପାକ ଏବଂ ରାଜେନ୍ଦ୍ର କୁମାର ଗୌଡ଼, ସାଧାରଣ ସଂପାଦକ ଭାବେ ନବୀନ ମାଦଳା, ସଙ୍ଗଠନ ସଂପାଦକ କବିରାଜ ପରମେଶ୍ୱର ପାତ୍ର, ଯୁଗ୍ମ ସଂପାଦକ ଭାବେ ଚନ୍ଦ୍ରକାନ୍ତ ସୂତାର ଏବଂ ନବକୃଷ୍ଣ ରଥ, କୋଷାଧ୍ୟକ୍ଷ ଭାବେ ନରେଶ ମହାଙ୍କୁଳଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ୩ ବର୍ଷ ପାଇଁ ହୋଇଥିବା ଏହି ନିର୍ବାଚନରେ ରାଜ୍ୟ ପରିଷଦ ପାଇଁ ବିରୋନ ମୋହନ ପଟ୍ଟନାୟକ, ନରେନ୍ଦ୍ର କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ଦେବେନ୍ଦ୍ର ବାହାନୀପତି, ଡ.ସୁରେଶ ଦାସ, ଦୁର୍ଗା ଶଙ୍କର ସାହୁ, ହରିହର କରସୁଧା ପଟ୍ଟନାୟକ, ପ୍ରମୋଦ କୁମାର ଦାସ, ସମର କେଶରୀ ବାରିକଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଳା କାର୍ଯ୍ୟକାରିଣୀ ପାଇଁ ଆଇନଜୀବୀ ବିଷ୍ଣୁ ପ୍ରସାଦ ପାତ୍ର, ବୈଦ୍ୟନାଥ ମିଶ୍ର, କୃଷ୍ଣଚନ୍ଦ୍ର ହୋତା, ଶୁଭେନ୍ଦୁ ବ୍ରହ୍ମା, ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ମୀନ କେତନ ପରିଚ୍ଛା, ପ୍ରଫୁଲ ଦାସ, କୃଷ୍ଣ କେଶବ ଷଢ଼ଙ୍ଗୀ, କେଦାନ ନାଥ ବେହେରା, ମହମ୍ମଦ ହାସନ ମଦାନୀ, ନିହାର ବିଶୋୟୀ, ଚନ୍ଦ୍ରମଣି ବାରିକ, ଡାକ୍ତର ସୁଦର୍ଶନ ଗୌଡ଼, ଗାୟତ୍ରୀ ଦେବୀ, ଗିରିଧର ଖରା, ହରିଶ୍ଚନ୍ଦ୍ର ମୁଦୁଲି, ନିଶାନ ପଟ୍ଟନାୟକ, ତେଜେଶ୍ୱର ପଣ୍ଡା, ଶଶଧର ରାଉତ, ଭବାନୀ ଶଙ୍କର ମିଶ୍ର, ଶରତ ନାୟକ, ଶରତ ଧଳ, ତ୍ରିନାଥ ଖରା, ଜଳେନ୍ଦ୍ର ତ୍ରିପାଠୀ, ନରସିଂହ ବ୍ରହ୍ମା ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି