ଜାନୁଆରୀ ସୁଦ୍ଧା ଆସିବ ସମବାୟ ପଲିସି - ମନ୍ତ୍ରୀ
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସହ ସବୁ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ବୈଠକ ପରେ ଓଡ଼ିଶା ଫେରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଦିଲ୍ଲୀରେ ଆୟୋଜିତ ମନ୍ଥନ ବୈଠକରେ ଯୋଗ ଦେଇ ଫେରିବା ପରେ ମନ୍ତ୍ରୀ କହିଛନ୍ତି ଯେ ସମବାୟ ସମିତି ଉନ୍ନତି ଓ ଆଗାମୀ କାର୍
ଜାନୁଆରୀ ସୁଦ୍ଧା ଆସିବ ସମବାୟ ପଲିସି - ମନ୍ତ୍ରୀ


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସହ ସବୁ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ବୈଠକ ପରେ ଓଡ଼ିଶା ଫେରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଦିଲ୍ଲୀରେ ଆୟୋଜିତ ମନ୍ଥନ ବୈଠକରେ ଯୋଗ ଦେଇ ଫେରିବା ପରେ ମନ୍ତ୍ରୀ କହିଛନ୍ତି ଯେ ସମବାୟ ସମିତି ଉନ୍ନତି ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେଲା। ୩୧ ଜାନୁଆରୀ ୨୦୨୬ ସୁଦ୍ଧା ସମବାୟ ପଲିସି ଆସିବ। ରାଜ୍ୟର ସବୁ ପଂଚାୟତରେ ସମବାୟ ସମିତି ଗଠନ ହେବ। ସମିତିରେ ହେବ ମଲ୍ଟିପୁଲ ବ୍ୟବସାୟ। ଏଲପିଜି ଗ୍ୟାସ ବିତରଣ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଜନ ସେବା କେନ୍ଦ୍ର, ଡ଼ାଇରି ଫାର୍ମ, ଦୁଗ୍ଧ ବିତରଣ କେନ୍ଦ୍ର ଭଳି ବିଭିନ୍ନ ବ୍ୟବସ୍ଥା ସମିତି ଜରିଆରେ ହେବା ପାଇଁ ପ୍ଲାନ ପ୍ରସ୍ତୁତ ହୋଇଛି। ଲୋକଙ୍କୁ ଘର ପାଖରେ ସୁବିଧା ସୁଯୋଗ ପହଂଚାଇବା ପାଇଁ ସମବାୟ ସମିତି ସବୁ ପ୍ରକାର ବ୍ୟବସାୟ କରିବ। ଲାଭ ନୁହେଁ ସେବା ଆଶାରେ କାମ କରିବ ସମବାୟ ସମିତି। ଆସନ୍ତା ମାସରେ ପ୍ରତି ରାଜ୍ୟରେ ବୈଠକ ବସି କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ ଅମିତ ଶାହଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ପାଖରେ ପହଂଚିବ ସମବାୟ। ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ। ଚାଷୀ ୩ ଲକ୍ଷ ଋଣ ନେଲେ ବାର୍ଷିକ ଦୁଇ ପ୍ରତିଶତ ସୁଧ ରହିଛି। ବର୍ତମାନ ଋଣ ୫ ଲକ୍ଷ କରିବେ ସରକାର। କେତେ ପ୍ରତିଶତ ସୁଧ ରହିବ ଖୁବଶୀଘ୍ର ନିଷ୍ପତି ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande