ଜମ୍ମୁ-କଶ୍ମୀରର କିସ୍ତୱାଡରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ
ଜମ୍ମୁ, 3 ଜୁଲାଇ (ହି.ସ.) - ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାଶୀ ଅଭିଯାନ ଗୁରୁବାର ଆରମ୍ଭ କରାଯାଇଛି। ଆଜି ସକାଳୁ ଚାଲୁଥିବା ଗୁଳିବର୍ଷାରେ ଜଣେ ଆତଙ୍କବାଦୀ ଆହତ ହେବାର ଅନୁମାନ କରାଯାଉଛି। ଏହି ଅଭିଯାନରେ ଡ୍ରୋ
ସର୍ଚ୍ଚ ଅପରେସନ


ଜମ୍ମୁ, 3 ଜୁଲାଇ (ହି.ସ.)

- ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କୁ

ଧରିବା ପାଇଁ ତଲାଶୀ ଅଭିଯାନ ଗୁରୁବାର ଆରମ୍ଭ କରାଯାଇଛି। ଆଜି ସକାଳୁ ଚାଲୁଥିବା ଗୁଳିବର୍ଷାରେ ଜଣେ

ଆତଙ୍କବାଦୀ ଆହତ ହେବାର ଅନୁମାନ କରାଯାଉଛି। ଏହି ଅଭିଯାନରେ ଡ୍ରୋନ୍ ଓ ସନ୍ଧାନୀ କୁକୁରଙ୍କ ସହଯୋଗ

ନିଆଯାଉଛି। ଅତିରିକ୍ତ ସୁରକ୍ଷାବାହିନୀ ଦ୍ୱାରା ଘେରାବନ୍ଦୀକୁ ଆହୁରି ଶକ୍ତିଶାଳୀ କରାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ

ବୁଧବାର ରାତି ପ୍ରାୟ ୭:୪୫ ବେଳେ ସେନା ଓ ସିଆରପିଏଫସହଯୋଗରେ ପୋଲିସ ଚଟରୁ ଅଞ୍ଚଳରେ ଘେରାବନ୍ଦୀ ଓ ତଲାଶୀ ଅଭିଯାନ ଆରମ୍ଭ କରିଥିଲା। ଆଜି ସକାଳେ

ତଲାସୀ ଟିମକୁ ଦେଖିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ସ୍ଥିତ

ଜୈଶ-ଏ-ମହମ୍ମଦ ସଂଗଠନ ସହ ଜଡିତ ଆତଙ୍କବାଦୀମାନେ ଥିବା ସନ୍ଦେହରେ ତାଙ୍କୁ ମାରିବା ଓ ଘେରାବନ୍ଦୀକୁ

ଶକ୍ତିଶାଳୀ କରିବା ପାଇଁ ଅଞ୍ଚଳକୁ ଅଧିକ ବଳ ପଠାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande