ଧର୍ମଶାଳା, ୩ ଜୁଲାଇ (ହି.ସ.)- ଆଜି ଅପରାହ୍ନରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତସ୍ଥ ସାନବାଗସାହି ବ୍ରାହ୍ମଣୀ ନଦୀରେ । ଅପରାହ୍ନରେ ବ୍ରାହ୍ମଣୀ ନଦୀ ସାନବାଗସାହି ବିଶ୍ୱାଳ ସାହି ଛନ୍ଦା ନିକଟରେ ଦୁର୍ଗନ୍ଧ ହୋଇଥିଲା । ସ୍ଥାନୀୟ ଲୋକେ ନଦୀ ପାଣିରେ ଏକ ଶବ ଭାସି ଆସି ତଣ୍ଡି ବୁଦା ନିକଟରେ ଲାଖି ଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବ୍ରହ୍ମବରଦା ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳାଇ ଥିଲେ । ପାଣିରୁ ଶବ ଉଦ୍ଧାର ପାଇଁ ବରୁଆଁ ଅଗ୍ନୀଶମ ବାହୀନିକୁ ଖବର ଦେଇଥିଲେ । ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପଂହଚି ପାଣିରୁ ଶବକୁ ଉଦ୍ଧାର କରିଥିଲେ । ତେବେ ଏହି ଶବ ଜଣେ ମହିଳାଙ୍କର ହୋଇଥିବା ବେଳେ ତାର ପରିଚୟ ମିଳି ପାରି ନାହିଁ । ଏହି ଶବଟି ୧୫ ଦିନ ହେବ ବୋଲି ଜଣାପଡିଛି । ପୋଲିସ ୧୧ା୨୫ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ସଦର ମହକୁମା ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି । ତେବେ ଏହି ଶବ କେଉଁଠୁ ଆସିଲା, ମହିଳାଙ୍କ ଦେହରେ ଗଜ କପଡା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ମୃତ ଅବସ୍ଥାରେ ପରିବାର ଲୋକେ ନଦୀ ବାଲିରେ ପୋତି ଦେଇଥିବା ବେଳେ ବନ୍ୟା ଜଳ ଆସିବା ପରେ ଶବଟି କେଉଁ ଆଡୁ ଭାସି ଆସି ସାନବାଗ ସାହି ଛନ୍ଦା ନିକଟରେ ଚଣ୍ଡି ବୁଦାରେ ଲାଖି ଯାଇଥିବା ବେଳେ ଏହି ଶବକୁ ଦେଖି ସ୍ଥାନୀୟ ଲୋକେ କେହି ମାରି ବନ୍ୟା ପାଣିରେ ଫୋପାଡି ଦେଇଥିବା ସନ୍ଦେହ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ