ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର ସମେତ ଏହାର ଅଧିନରେ ଥିବା ସମସ୍ତ ଉପ ଡାକଘର ଓ ଶାଖା ଡାକଘର ବନ୍ଦ ରହିବ
କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର ସମେତ ଏହାର ଅଧିନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ଡାକ ସେବା ବନ୍ଦ ରହିବ। କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥ
ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର ସମେତ ଏହାର ଅଧିନରେ ଥିବା ସମସ୍ତ ଉପ ଡାକଘର ଓ ଶାଖା ଡାକଘର ବନ୍ଦ ରହିବ


କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର ସମେତ ଏହାର ଅଧିନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ଡାକ ସେବା ବନ୍ଦ ରହିବ। କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସପ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ ସଫ୍ଟୱେର ପ୍ରଚଳନ କରିବାକୁ ଯାଉଛି। ଆସନ୍ତା ୪ ଅଗଷ୍ଟରେ ଏହି ସଫ୍ଟୱେର କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅନ୍ତର୍ଗତ ସମସ୍ତ ଉପ ଡାକ ଘର ଏବଂ ଶାଖା ଡାକ ଘରରେ ପ୍ରଚଳିତ କରିବାକୁ ବିଭାଗ ନିର୍ଦ୍ଦେଶନାମା ଜାରୀ କରିଛି। ଏ ନେଇ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ପକ୍ଷରୁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୪ ଅଗଷ୍ଟ ରୁ ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ହେବ। ଏଣୁ ବିଭାଗର ନିର୍ଦ୍ଦେଶକ୍ରମେ ବୈଷୟିକ କାରଣରୁ ଆସନ୍ତା ୨ ଅଗଷ୍ଟ ଅର୍ଥାତ ଶନିବାର ଦିନ ଡାକ ସେବା ବନ୍ଦ ରହିବ । ଜନସାଧାରଣ ସମେତ ସମସ୍ତ ଗ୍ରାହକ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହଯୋଗ କରିବାକୁ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ତରଫରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande