ସମ୍ବଲପୁର, ୩୦ ଜୁଲାଇ (ହି.ସ.)
ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ, ସମ୍ବଲପୁରର ମିଳିତ ସହଯୋଗ ରେ “ଆନିମିଆ ମୁକ୍ତ ଗ୍ରାମପଞ୍ଚାୟତ – ” ର ଦ୍ଵିତୀୟ ଦିନ ର ଜିଲ୍ଲା ପ୍ରଶିକ୍ଷଣ ଓ ସମ୍ପଦ କେନ୍ଦ୍ର (ଡିପିଆରସି) ସମ୍ବଲପୁରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ , ଇଆରପି କେତକୀ ବେହେରା, ଆରବିଏସକେ ମ୍ୟାନେଜର ଗୁରୁ ପ୍ରସାଦ ଭୋଇ ଓ ବିଶ୍ୱଜିତ ପଣ୍ଡା, ଡ଼ିଏଲଟି ଡ. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ଵିତୀୟ ଦିନରେ ଇଆରପି ଗଣେଶରାମ ପଣ୍ଡାଙ୍କ ସ୍ୱସ୍ଥ ଗ୍ରାମପଞ୍ଚାୟତ ପାଇଁ ଆନିମିଆ ବିଷୟରେ-ଆନିମିଆ କ’ଣ, ତାହାର ସାଧାରଣ ଲକ୍ଷଣ, କାରଣ ଓ ପୌଷ୍ଟିକାହାର ସହିତ ଆନିମିଆ ର ସମ୍ପର୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହାପରେ ଡିଏଲଟି ଡ. ବିଶ୍ଵଜିତ୍ ପଣ୍ଡା ଙ୍କ ଦ୍ୱାରା ଆନିମିଆ ପ୍ରତିରୋଧ ପାଇଁ ସରକାରୀ ପ୍ରୟାସ ଏଏମ୍ଏଲ୍ଏଏନ୍ , ସିକେଲ୍ ସେଲ୍ ଆନିମିଆ, ପିଏମ୍ ପୋଷଣ, ଏଫ୍ ଏନ୍ଏଚ୍ଡବ୍ଲ, ଏମ୍ ଏସପିଓ୍ବାଇ/ ଏସ୍ଏଜି/ଏଡିଭିଆଇକେଏ ପରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ। ଇଆରପି କେତକୀ ବେହେରା ଡ଼ିଏଲଟି ଡ. ରାଜାରାମ ସାରଙ୍ଗୀଙ୍କ ଦ୍ୱାରା ସୁସ୍ଥ ଓ ସ୍ୱସ୍ଥ ଗ୍ରାମପଞ୍ଚାୟତର ସୂଚକ, ପଞ୍ଚାୟତ ସ୍ତରୀୟ ସ୍ଥାୟୀ କମିଟିର ଭୂମିକା, କରିବି ମୁକ୍ତ ପଞ୍ଚାୟତ, ଅନିମିଆ/ଫିଲେରିଆ ମୁକ୍ତ ପଞ୍ଚାୟତ ଗଠନ ବିଷୟରେ ଆଲୋଚନା ହୋଇଥିଲା ।ଏହା ପରେ ଇଆରପି ସୁଜାତା ପଣ୍ଡା ଓ କେତକୀ ବେହେରା ଙ୍କ ନେତୃତ୍ୱରେ ପିଆରଆଇ ସଦସ୍ୟମାନଙ୍କ ଭୂମିକା, ପହିଚାର, ପ୍ଲାଟଫର୍ମ ସହିତ ସମ୍ପର୍କ, ପୌଷ୍ଟିକ ବିଭିନ୍ନତା, ସପ୍ଲାଇ ଚେନ୍ ସୁଦୃଢୀକରଣ ଓ ନିରୀକ୍ଷଣ ମେକାନିଜମ୍ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଡିଏଲଟି ଡ. ରାଜାରାମ ଷଡ଼ଙ୍ଗୀ ପୋଷଣର ମୌଳିକତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ।”ଶେଷରେ ଡ଼ିପିଆରସି ର ପ୍ରାଧ୍ୟାପକ ଙ୍କ ଦ୍ଵାରା ପ୍ରଶିକ୍ଷଣ ପରବର୍ତ୍ତୀ ପରୀକ୍ଷା, ଅଂଶଗ୍ରାହୀମାନଙ୍କର ପ୍ରତିକ୍ରିୟା ସଂଗ୍ରହ ଓ ଟିଏମପି ସାର୍ଟିଫିକେଟ୍ ସୃଷ୍ଟିକରଣ ଆଦି କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ