ଭୁବନ, ୩୦ ଜୁଲାଇ (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଏକାଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ସମ୍ମାନିତ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭବାନୀ ଶଙ୍କର ବେହେରା ଯୋଗଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଲୋକନାଥ ବେଜ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । ଗତ ମାର୍ଚ୍ଚ ମାସ ଠାରୁ ଜୁନ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଖର୍ଚ୍ଚ କୁ ପରିଷଦ ବୈଠକରେ ପାରିତ କରାଯାଇଥିଲା। ସ୍ୱାଧୀନତା ଦିବସ ଓ ସ୍ୱାୟତ ଶାସନ ଦିବସ ପାଳନ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । କାଉନସିଲର ମାନେ ରାସ୍ତା,ଡ୍ରେନ, ଷ୍ଟ୍ରୀଟ ଲାଇଟ୍ , ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ,ପରିମଳ,ଆବାସ ଯୋଜନା ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଷଦ ର ଆୟ ବୃଦ୍ଧି ପାଇଁ ରଗଡ଼ି ଛକ ଓ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ପିଣ୍ଡି ଓ ଦୋକାନ ଗୃହ କୁ ଆବଂଟନ କରାଯିବାକୁ ଆଲୋଚନା ହୋଇଥିଲା । ଶେଷରେ ଏନ୍ ଏ ସି ଉପାଧ୍ୟକ୍ଷା ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନ ୪ ଘଟିକା ସମୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ୯୭୨ ଯୋଗ୍ୟ ହିତାଧିକାରୀ ଙ୍କ ମଧ୍ୟରୁ ପ୍ରତି ୱାର୍ଡ ରୁ ୩ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଦୁଇ ଦିନ ମଧ୍ୟରେ ଅବଶିଷ୍ଟ ହିତାଧିକାରୀ ଙ୍କୁ କାର?୍ୟ୍ୟାଦେଶ ପ୍ରଦାନ କରାଯିବ ବୋଲି ଆବାସ ଭିତିଭୂମି ବିଶେଷଜ୍ଞ ଶଶି ଶେଖର ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ