କୃଷି ବିଭାଗ ପକ୍ଷରୁ ସାର ଦୋକାନରେ ଚଢାଉ
ଚମ୍ପୁଆ, ୩୦ ଜୁଲାଇ(ହି.ସ.) – ସାରର କଳାବଜାରୀକୁ ରୋକିବା ପାଇଁ ଆଜି ଚମ୍ପୁଆ କୃଷି ବିଭାଗ ପକ୍ଷରୁ ଚମ୍ପୁଆ ବ୍ଲକର ସାର ଦୋକାନଗୁଡିକ ଉପରେ ଚଢାଉ କରିଥିବା ଜଣାପଡିଛି। ବର୍ତମାନ ଖରିଫ ଧାନ ଚାଷ କାର୍ଯ୍ୟ ଚାଲିଥିବାରୁ କିଛି ସାର ବ୍ୟବସାୟୀ ଅଧିକ ଦରରେ ସାର ବିକ୍ରୀ କରି ଚାଷୀମାନଙ୍କୁ ଶୋଷଣ କରୁଥିବା ନେଇ
କୃଷି ବିଭାଗ ପକ୍ଷରୁ ସାର ଦୋକାନରେ ଚଢାଉ


ଚମ୍ପୁଆ, ୩୦ ଜୁଲାଇ(ହି.ସ.) – ସାରର କଳାବଜାରୀକୁ ରୋକିବା ପାଇଁ ଆଜି ଚମ୍ପୁଆ କୃଷି ବିଭାଗ ପକ୍ଷରୁ ଚମ୍ପୁଆ ବ୍ଲକର ସାର ଦୋକାନଗୁଡିକ ଉପରେ ଚଢାଉ କରିଥିବା ଜଣାପଡିଛି। ବର୍ତମାନ ଖରିଫ ଧାନ ଚାଷ କାର୍ଯ୍ୟ ଚାଲିଥିବାରୁ କିଛି ସାର ବ୍ୟବସାୟୀ ଅଧିକ ଦରରେ ସାର ବିକ୍ରୀ କରି ଚାଷୀମାନଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହେଉଥିଲା। ଯାହାକୁ ନେଇ ଆଜି ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ସତ୍ୟବାନ ସୋରେନ, ବ୍ଲକ କୃଷି ଅଧିକାରୀ ସାରଦା ହାଁସଦା, ସହକାରୀ ବ୍ଲକ କୃଷି ଅଧିକାରୀ ରମାମଣି ସାହୁ, ସହକାରୀ ବୈଷୟିକ ପରିଚାଳକ ସଞ୍ଜୟ ମହାନ୍ତ ପ୍ରମୁଖ ଚମ୍ପୁଆ ବ୍ଲକରେ ଥିବା ସାର ଦୋକାନ ଗୁଡିକ ଉପରେ ଚଢାଉ କରିଥିଲେ। ସାର ବିକ୍ରୟ କେନ୍ଦ୍ର ଗୁଡିକରେ ସରକାର ଧାର୍ଯ୍ୟ କରିଥିବା ସାରର ମୂଲ୍ୟ ତାଲିକା ଲିପିବଦ୍ଧ କରିବା ସହ ଧାର୍ଯ୍ୟ ମୂଲ୍ୟରେ ସାର ବିକିବାକୁ ଦୋକାନୀ ମାନଙ୍କୁ ତାଗିଦ କରିଥିଲେ। ଏଥିସହିତ ସାର ନେଉଥିବା ଚାଷୀ ମାନଙ୍କ ନିୟମିତ ଭାବେ ରେକର୍ଡ ମେଂଟେନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଚାଷୀ ପଞ୍ଜିକରଣ ଖାତା ଆଦି ଯାଂଚ କରିଥିଲେ। ଏଥିରେ ବ୍ୟତିକ୍ରମ ଘଟିଲେ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande