ସମ୍ବଲପୁର, ୩୦ ଜୁଲାଇ (ହି.ସ.)
ଫଟୋ ଉଠାଇଲେ, ହେଲେ ଚାଷୀଙ୍କୁ ମିଳିଲାନି ଧାନ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଧାନ ପ୍ରଦାନ କରିବାକୁ କୃଷି ବିଭାଗ ସହିତ ଏନ.ଜି.ଓ ସଂସ୍ଥା କୁ ନିୟୋଜିତ କରିଥିବା ବେଳେ ଏହି ଏନ.ଜି.ଓ ସଂସ୍ଥା ଚାଷୀଙ୍କୁ ଠିକ ଭାବେ ଧାନ ଦେଉନଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଚେମୁଣ୍ଡା ଗ୍ରାମର ଚାଷୀ ସୁନୀଲ କୁମାର ମହାକୁଳଙ୍କ ଅଭିଯୋଗ ଅନୁଯାଇ ଜମନକିରା ସିଡ଼ି ଅନୁଷ୍ଠାନ ସହିତ ମିଳିତ ଭାବେ ଥିବା ଅନୁପ୍ରଭା ନାମକ ଏକ ଏନ.ଜି.ଓ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଧାନ ପ୍ରଦାନ କରାଯାଉଥିବା ବେଳେ ଏହି ସଂସ୍ଥା ଚାଷୀଙ୍କୁ ଧାନ ଦେବାରେ ଚଞ୍ଚକତା କରୁଛି। ଗତ ବର୍ଷ ଏହି ସଂସ୍ଥା ପ୍ରତ୍ୟେକ ଚାଷୀଙ୍କୁ ୩ ପକେଟ ଧାନ ଦେଇଥିବା ବେଳେ ଏ ବର୍ଷ କେବଳ ଗୋଟିଏ ପକେଟ ଧାନ ଦେଉଛନ୍ତି। ଏପରିକି ଧାନ ଦେବା ପୂର୍ବରୁ ଚାଷୀଙ୍କୁ ଡାକି ଦୁଇ ପକେଟ ଧାନ ଦେଇ ଫୋଟୋ ଉଠାଉଛନ୍ତି ଏବଂ ଦେବା ସମୟରେ ଗୋଟିଏ ପକେଟ ଦେଉଛନ୍ତି ଏଭଳି ତାଙ୍କ ସହିତ ମଧ୍ୟ କରିଛନ୍ତି। ଗତ କିଛିଦିନ ପୂର୍ବରୁ ଶ୍ରୀ ମହାକୁଳ ଧାନ ନେବାକୁ ଯାଇଥିବା ବେଳେ ସଂସ୍ଥା ପକ୍ଷରୁ ତାଙ୍କୁ ସୋମବାର ଦିନ ଆସିବାକୁ କୁହାଯାଇଥିଲା ଏବଂ ସୋମବାର ଦିନ ଜନ ପ୍ରତିନିଧି ଙ୍କ ଅନୁପସ୍ଥିତିରେ ଧାନ ଦେବୁନାହିଁ ଏବଂ ତାଙ୍କୁ ଡାକନ୍ତୁ କହିବାରୁ ଶ୍ରୀ ମହାକୁଳ ଜମନକିରା ନାଏବ ସରପଞ୍ଚ ଙ୍କୁ ଡାକିଥିଲେ ଏବଂ ଉକ୍ତ ସମୟରେ ତାଙ୍କୁ ଦୁଇ ପକେଟ ଧାନ ଦେଇ ଫୋଟୋ ଉଠାଇଥିଲେ । ଜନ ପ୍ରତିନିଧିଙ୍କ ଯିବା ପରେ ତାଙ୍କୁ ଗୋଟିଏ ପକେଟ ଧାନ ଦେଇଥିଲେ ହେଲେ ଶ୍ରୀମହାକୁଳ ଏହାକୁ ବାରଣ କରିଥିଲେ ଏବଂ ଦୁଇ ପକେଟ ଧାନ ଧରାଇ ଫୋଟୋ ନେଉଛ ଏବଂ ଦେବା ସମୟରେ ଗୋଟିଏ ପକେଟ ଧାନ କାହିଁକି ଦେଉଛ ବୋଲି କହିବାରୁ ଓଲଟା ଏନ.ଜି.ଓ ସଂସ୍ଥା ଅଧିକାରୀ ତାଙ୍କୁ ଧମକ ଦେଇ କହିଥିଲେ ଜେ ଅଧିକ କହିଲେ ତମକୁ ବିଲକୁଲ ଧାନ ଦେବୁନାହଁ ବୋଲି କହିଥିବା ସୁନୀଲ କୁମାର ମହାକୁଳ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଚାଷୀଙ୍କୁ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ ଚାଷୀଙ୍କୁ ଋଣ ମୁକ୍ତ ସହିତ କ୍ଷତି ନ ସହି ଚାଷରେ ନିୟୋଜିତ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏନଜିଓ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଶୋଷଣ କରିବା କେତେ ଦୂର ଠିକ ? ଏଣୁ କରି ଏଥି ପ୍ରତିଶୃତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଯାଞ୍ଚ କରି ଚାଷୀଙ୍କୁ ଉପକୃତ କରିବା ନିହାତି ଆବଶ୍ୟକ ହୋଇପଡିଛି। ଏ ସମ୍ପର୍କରେ ସମ୍ପୃକ୍ତ ଏନଜିଓ ଅଧିକାରୀ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଭିତ୍ତି ହୀନ ଅଭିଯୋଗ ଏବଂ ସରକାରଙ୍କ ଗାଇଡ଼ ଲାଇନ ହିସାବରେ ଆମେ ସମସ୍ତଙ୍କୁ ଧାନ ଦେଉଛୁ । ଆମ ପାଖରେ ଚାଷୀଙ୍କୁ ଧାନ ପ୍ରଦାନ ପାଇଁ ଲିଷ୍ଟ ଆସିଛି ଏବଂ ଆମେ ସେହିପରି ଚାଷୀଙ୍କୁ ଧାନ ପ୍ରଦାନ କରିଛୁ ବୋଲି ନିଜ ସଫେଇ ରେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ