ସୋନପୁର, ୩୦ ଜୁଲାଇ(ହି.ସ.) – ଓଡ଼ିଶାର ଏକ ପ୍ରାଚୀନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ କଟକର ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ଆୟୋଜିତ ତାର ୧୨୩ତମ ବାର୍ଷିକ ସମାବର୍ତନ ଉତ୍ସବରେ ସୁବର୍ଣ୍ଣପୁର ଅଧିବାସୀ ଡଃ ପୁରୁଷୋତମ ମିଶ୍ରଙ୍କୁ ରାମଚନ୍ଦ୍ର ମିଶ୍ର ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। କଟକ ରାମଚନ୍ଦ୍ର ଭବନରେ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପାଟି, ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ନ୍ୟାୟମୂର୍ତୀ ବିଶ୍ୱନାଥ ରଥ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ନାଟକ କ୍ଷେତ୍ରରେ ଏହା ଆହୁରି ପ୍ରେରଣା ଯୋଗାଇଲା ବୋଲି ସମ୍ବର୍ଦ୍ଧିତ ହେବା ଅବସରରେ ଡଃ ପୁରୁଷୋତମ ମିଶ୍ର ପ୍ରକାଶ କରିଥିଲେ। ତେବେ ସମ୍ମାନ ଗ୍ରହଣ ପରେ ପୁରୁଷୋତମଙ୍କୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ