ଦୁଇଦିନିଆ ସମ୍ବଲପୁର ଦିନ୍ ଉତ୍ସବ ପାଳନ ପାଇଁ ବ୍ଯାପକ ପ୍ରସ୍ତୁତି
ଦୁଇଦିନିଆ ସମ୍ବଲପୁର ଦିନ୍ ଉତ୍ସବ ପାଳନ ପାଇଁ ବ୍ଯାପକ ପ୍ରସ୍ତୁତି
ଦୁଇଦିନିଆ ସମ୍ବଲପୁର ଦିନ୍ ଉତ୍ସବ ପାଳନ ପାଇଁ ବ୍ଯାପକ ପ୍ରସ୍ତୁତି


ଦୁଇଦିନିଆ ସମ୍ବଲପୁର ଦିନ୍ ଉତ୍ସବ ପାଳନ ପାଇଁ ବ୍ଯାପକ ପ୍ରସ୍ତୁତି


ସମ୍ବଲପୁରୀ ଦିନ୍ ପାଇଁ ସମ୍ବଲପୁରୀ ଡେରାର ବିକାଶ କରାଯିବ

-ଚଳିତ ବର୍ଷ ଦୁଇ ଦିନିଆ ଉତ୍ସବରେ ପାଳିତ ହେବ

-ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ପାଇଁ ଚୁଡାନ୍ତ ।

ସମ୍ବଲପୁର, ୩୦ ଜୁଲାଇ (ହି.ସ.)ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖରେ ପ୍ରତିବର୍ଷ ସମ୍ବଲପୁରୀ ଦିନ ଭାବେ ପାଳନ ହୋଇଆସୁଛି । ମାତ୍ର ଚଳିତ ବର୍ଷ ସମ୍ବଲପୁରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବୁଧବାର ପ୍ରସ୍ତୁତି ବୈଠକରେ ଚୁଡାନ୍ତ ହୋଇଛିି । ବିଗତ ବର୍ଷ ଗୁଡ଼ିକରେ

ବହୁ କଳାକାର ସେମାନଙ୍କ କଳା ପ୍ରଦର୍ଶନରୁ ବଞ୍ଚିତ ରହୁଥିବା ଯୋଗୁଁ ଚଳିତ ବର୍ଷ ଏହି ତ୍ରୃଟିକୁ ସୁଧାରିବାକୁ ଯାଇ ଚଳିତ ବର୍ଷ ସମ୍ବଲପୁରୀ ଦିନର ପୁର୍ବ ସନ୍ଧ୍ୟାରେ ଉପେକ୍ଷିତ ତଥା ବଞ୍ଚିତ କଳାକାର ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ

ସେମାନଙ୍କୁ ସୁଯୋଗ ଦେବାପାଇଁ ବୈଠକରେ ସ୍ଥିର କରାଯାଇଛି । ଏହାସହ ପ୍ରତିବର୍ଷ ଭଳି ସମ୍ବଲପୁରୀ ଦିନରେ ଆୟୋଜିତ ହେଉଥିବା ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ମଧ୍ୟ ଜୁଲାଇ ୩୧ ତାରିଖରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ପରିବେଷିତ ହେବା ନେଇ ସ୍ଥିର କରାଯାଇଛି । ସମ୍ବଲପୁରୀ ଦିନ୍ ପାଇଁ ପ୍ରତିବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ କିଛି ନୂତନ ଲକ୍ଷ୍ୟ ସ୍ଥିର କରୁଥିବା ବେଳେ ଆଗାମୀ ଏକ ବର୍ଷରେ ସମ୍ବଲପୁରୀ ଦିନ୍ ପାଇଁ ସମ୍ବଲପୁରୀ ଡେରା ସ୍ଲୋଗାନକୁ ସାର୍ଥକ କରାଯିବାକୁ ଚେଷ୍ଟା କରାଯିବା ନେଇ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିରକ୍ଷା ପାଇଁ ୨୦୧୩ ମସିହାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ପ୍ରୟାସରେ ଜେଲଛକ ନିକଟସ୍ଥ ଅଢେଇ ଏକର ପରିତ୍ୟକ୍ତ ଅଞ୍ଚଳକୁ ବିକଶିତ କରାଯିବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଥିଲା । ବିଗତ ୧୩ ବର୍ଷ ମଧ୍ୟରେ ଏହାର କିଛିଟା ବିକାଶ ହୋଇଥିବା ବେଳେ ଏବେ ଏହା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ନାମରେ ବେଶ୍ ପରିଚିତ ହୋଇପାରିଛି । ମାତ୍ର କିଛି ବର୍ଷ ହେବ ପ୍ରଶାସନ ଏହାର ବିକାଶରେ ସହଯୋଗ କରିଆସୁଛି । ତେବେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସ୍ମୃତି ରକ୍ଷା ଦିଗରେ ଯେତିକି ପ୍ରୟାସ କରାଯିବ କଥା ତାହା ଅଦ୍ୟାବଧି ହୋଇ ପାରିନଥିବା ବେଳେ ଆଗାମୀ ବର୍ଷକ ମଧ୍ୟରେ ସେଥିପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ଆବାହକ ମାନସ ରଞ୍ଜନ ବକ୍ସୀ ସୂଚନା ଦେଇଛନ୍ତି । ଏହାସହ ଜୁଲାଇ ୩୧ ତାରିଖ ପୁର୍ବହ୍ନରେ ସମ୍ବଲପୁରୀ କବିତା ପାଠୋତ୍ସବର ଆୟୋଜନ ନେଇ ପଞ୍ଚିମାଞ୍ଚଳ ଲେଖକ ମଞ୍ଚର ସଂଯୋଜକ ଡ. ସ୍ବୟଂ ପ୍ରକାଶ ପଣ୍ଡା ବୈଠକରେ ସୂଚନା ଦେଇଥିଲେ । ଏଥିରେ ମୋଟ୍ ୭୫ ଜଣ କବି କବୟିତ୍ରୀଙ୍କୁ ସମ୍ବଲପୁରୀ କବିତା ପାଠ ପାଇଁ ପଞ୍ଜିକୃତ କରାଯାଇଛି ବୋଲି ଡ. ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ୨୧ ଟି ସାଂସ୍କୃତିକ ଦଳ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଗ ଦଶରଥ ମେହେର ବୈଠକରେ ସୂଚନା ଦେଇଥିଲେ । ତେବେ ଚଳିତ ବର୍ଷ ଅଗଷ୍ଟ ଏକ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ କେବଳ ସ୍ବତନ୍ତ୍ର ଭାବେ ନିମନ୍ତ୍ରୀତ ସାଂସ୍କୃତିକ ଦଳ ଗୁଡିକୁ ସୁଯୋଗ ଦିଆଯିବା ନେଇ ଅନ୍ୟତମ ସାଂସ୍କୃତିକ ସଂଯୋଜକ ଗୁରୁ କୃଷ୍ଣଚନ୍ଦ୍ର ବାଗ୍ ସୂଚନା ଦେଇଛନ୍ତି । ଅଗଷ୍ଟ ଏକ ତାରିଖରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ସହମତି ପ୍ରକାଶ କରିଥିବା ନେଇ ସମ୍ବଲପୁରୀ ଦିନର ସଂଯୋଜକ ଡ. ପ୍ରମୋଦ ରଥ ସୂଚନା ଦେଇଛନ୍ତି । ଏହାସହ ଚଳିତ ବର୍ଷ ପାଇଁ ସମ୍ବଲପୁରୀ ନାଟକର ମହାନାୟକ ସୁରେନ୍ଦ୍ର ବୀର ଭୁବନ ଭୋଇଙ୍କୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ ନିମନ୍ତେ ଚୟନ କରାଯାଇଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ଅଗଷ୍ଟ ଏକ ତାରିଖରେ ତାଙ୍କୁ ଅତିଥିଙ୍କ ହାତରୁ ସମ୍ମାନିତ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି । ଦୁଇ ଦିନ ପର୍ଯ୍ୟନ୍ତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବିଭିନ୍ନ ରକମର ସମ୍ବଲପୁରୀ ଖାଦ୍ୟ ଏବଂ କପଡା ପ୍ରଦର୍ଶନ ଷ୍ଟଲର ବ୍ୟବସ୍ଥା କରାଯିବା ନେଇ ବୈଠକରେ ସଂଯୋଜକ ନିଶିକାନ୍ତ ବିଶ୍ୱାଳ ସୂଚନା ଦେଇଥିଲେ । ପ୍ରସ୍ତୁତି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆୟୋଜନ ହେଉଥିବା ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ବୈଠକରେ ଆବାହକ ଭବାନୀଶ ଭୋଇ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ନାରୀଶକ୍ତି, ପଶ୍ଚିମାଞ୍ଚଳ ଲେଖକ ମଞ୍ଚ ଏବଂ ପଶ୍ଚିମାଞ୍ଚଳ ଯୁବ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

---

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande