ଜିଏମ୍ ୟୁ ବାଣିଜ୍ୟ ବିଭାଗ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
ସମ୍ବଲପୁର, ୩୦ ଜୁଲାଇ (ହି.ସ.) - ସମ୍ବଲପୁର ସହରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମୟୁ)ର ବାଣିଜ୍ୟ ବିଭାଗ ସ୍ନାତକୋତର ଛାତ୍ରଛାତ୍ରୀ ମାନଙ୍କର ଇଣ୍ଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ପ୍ରିୟବ୍ରତ ପଣ୍ଡା ସଂଯୋଜନା କରିଥିଲେ।
ଜିଏମ୍ ୟୁ ବାଣିଜ୍ୟ ବିଭାଗ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ


ସମ୍ବଲପୁର, ୩୦ ଜୁଲାଇ (ହି.ସ.) - ସମ୍ବଲପୁର ସହରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମୟୁ)ର ବାଣିଜ୍ୟ ବିଭାଗ ସ୍ନାତକୋତର ଛାତ୍ରଛାତ୍ରୀ ମାନଙ୍କର ଇଣ୍ଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ପ୍ରିୟବ୍ରତ ପଣ୍ଡା ସଂଯୋଜନା କରିଥିଲେ। ଏଥିରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଓ ପ୍ରାକ୍ ବୃତିଗତ ଶିକ୍ଷା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି ବୃତିଗତ ଶିକ୍ଷା ପୂର୍ବରୁ ଦିଆଯାଉଥିବା ପରିଚୟାତ୍ମକ ପ୍ରଶିକ୍ଷଣ, ଛାତ୍ରଛାତ୍ରୀ ମାନଙ୍କ କାର୍ଯ୍ୟ ଅଭ୍ୟାସ , ମୌଳିକ ଦକ୍ଷତା ଓ ବିଭିନ୍ନ ବୃତି କିମ୍ବା ପେଶା ବିଷୟରେ ଅବଧାନ ଉନ୍ମୁକ୍ତ କରିବାରେ ସାହାଯ୍ୟ କରିଥାଏ। ବିଭାଗର ଅଧ୍ୟାପକ ଡ.ମୁକେଶ ଶର୍ମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼.ଶ୍ୟାମା ଚରଣ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ କାର?୍ୟ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼. କ୍ଷୀରୋଦ ଚନ୍ଦ୍ର ମହାରଣା ସ୍ନାତକୋତର ପାଠ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସହକାରୀ ଅଧ୍ୟାପକ ଡ. ଜ୍ଞାନ ରଞ୍ଜନ ବଳ ପାଠ୍ୟକ୍ରମର ପରୀକ୍ଷା ପଦ୍ଧତି ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ବିଭାଗର ଅଧ୍ୟାପିକା ଡ଼. ପୂଜାବାଇ କେୱତ୍ , ଅରୁଣା ଶର୍ମା , ସରୋଜା ମେହେର, ଝାନ୍ସୀରାଣୀ ପରିଡା ତଥା ଅଧ୍ୟାପକ ଅମ୍ରିଶ୍ ପ୍ରତାପ ସିଂହ ଏବଂ ଦ୍ୱିତୀୟ ବର୍ଷ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟାପକ ସୁଭାଷ ଚନ୍ଦ୍ର ଝାଙ୍କର ଧନ୍ୟବାଦ ଅର୍ପଣ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande