ଗୁଜରାଟ ଏଟିଏସ୍‌କୁ ବଡ଼ ସଫଳତା, ଆତଙ୍କବାଦୀ ସଂଗଠନ ଅଲକାୟଦା ସହିତ ଜଡିତ ମହିଳାକୁ କଲା ଗିରଫ
ଗାନ୍ଧୀନଗର, ୩୦ ଜୁଲାଇ(ହି.ସ.) – ଗୁଜରାଟ ଆତଙ୍କବାଦୀ ନିରୋଧକ ଦସ୍ତେ(ଏଟିଏସ୍‌) ଆତଙ୍କବାଦୀ ସଂଗଠନ ଅଲକାୟଦା ସହିତ ସମ୍ବନ୍ଧ ରଖିଥିବା ଅଭିଯୋଗରେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ୩୦ ବର୍ଷର ଜଣେ ମହିଳା ଶମା ପରୱିନକୁ ଗିରଫ କରିଛି। ଏଟିଏସ୍‌ର ଦାବି ଯେ ଶମା ପରୱିନ ଏକ୍ୟୁଆଇଏସ୍‌(ଭାରତୀୟ ଉପମହାଦ୍ୱୀପରେ ଅ
ଗୁଜରାଟ ଏଟିଏସ୍‌କୁ ବଡ଼ ସଫଳତା, ଆତଙ୍କବାଦୀ ସଂଗଠନ ଅଲକାୟଦା ସହିତ ଜଡିତ ମହିଳାକୁ କଲା ଗିରଫ


ଗାନ୍ଧୀନଗର, ୩୦ ଜୁଲାଇ(ହି.ସ.) – ଗୁଜରାଟ ଆତଙ୍କବାଦୀ ନିରୋଧକ ଦସ୍ତେ(ଏଟିଏସ୍‌) ଆତଙ୍କବାଦୀ ସଂଗଠନ ଅଲକାୟଦା ସହିତ ସମ୍ବନ୍ଧ ରଖିଥିବା ଅଭିଯୋଗରେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ୩୦ ବର୍ଷର ଜଣେ ମହିଳା ଶମା ପରୱିନକୁ ଗିରଫ କରିଛି।

ଏଟିଏସ୍‌ର ଦାବି ଯେ ଶମା ପରୱିନ ଏକ୍ୟୁଆଇଏସ୍‌(ଭାରତୀୟ ଉପମହାଦ୍ୱୀପରେ ଅଲ୍‌କାୟଦା)ର ଅନ୍‌ଲାଇନ୍ ଟେରର ମଡ୍ୟୁଲର ଅଂଶ ଥିଲା। ଏଟିଏସ୍ କହିଛି ଯେ ଶମା ପରୱିନ ମୂଳତଃ ଝାରଖଣ୍ଡର ବାସିନ୍ଦା। ଏଠାରେ ଏହି ମଡ୍ୟୁଲର ପଂଚମ ଗିରଫଦାରି। ଏହାପୂର୍ବରୁ ଏହି ମଡ୍ୟୁଲର ଚାରି ଆତଙ୍କବାଦୀ ଗିରଫ ହୋଇସାରିଛନ୍ତି।

ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଂଘବୀ ଶମାର ଗିରଫଦାରିକୁ ବଡ଼ ସଫଳତା ବୋଲି କହିଛନ୍ତି। ସେ ଗଣମାଧ୍ୟମ ସହିତ କଥାବାର୍ତାରେ କହିଛନ୍ତି ଯେ ଉକ୍ତ ମହିଳାର ପାକିସ୍ତାନ କନେକ୍ସନ ମିଳିଛି। ସେ ଅନ୍‌ଲାଇନ୍ ଆତଙ୍କବାଦୀ ମଡ୍ୟୁଲରେ କାମ କରେ।

ଗୁଜରାଟ ଏଟିଏସ୍ ଅନୁଯାୟୀ, ଶମା ପରୱିନ ଏହି ପୁରା ମଡ୍ୟୁଲର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଏବଂ ଲୋକଙ୍କୁ କଟ୍ଟରପନ୍ଥୀ କରି ଆତଙ୍କବାଦୀ ଗତିବିଧି ପାଇଁ ପ୍ରସ୍ତୁତ କରୁଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande