ଜୟପୁର ,30 ଜୁଲାଇ (ହି.ସ.)
୨୯ ଦିନ ପରେ କେକେ ଲାଇନ ବିଶାଖପାଟଣା –କିରଣ୍ଡୁଲ ରେଳଧାରଣାର ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି। ପୂର୍ବଭଳି ନିର୍ଦ୍ଧାରିତ ସମୟରେ ଜଗଦଲପୁର ଠାରୁ ଭୁବନେଶ୍ବର ହୀରାଖଣ୍ଡ , ଜଗଦଲପୁର- ହାୱଡା ସମଲେଶ୍ବରୀ, ଜଗଦଲପୁର- ରାଉରକେଲା ଇଣ୍ଡରସିଟି, କିରଣ୍ଡୁଲ-ବିଶାଖପାଟଣା ଏକ୍ସପ୍ରେସ ଏବଂ କିରୁଣ୍ଡୁଲ- ବିଶାଖପାଟଣା ପାସେଞ୍ଜର ଟ୍ରେନ ଚଳାଚଳ ଆଜି ଠାରୁ ଆସନ୍ତା ୧ ତାରିଖ ମଧ୍ୟରେ ସ୍ବାଭାବିକ ଭାବେ ନିତିଦିନ ଚଳାଚଳ ସ୍ବାଭାବିକ ଭାବେ ଚଳାଚଳ କରିବ ବୋଲି ପୂର୍ବତନ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କିରଣ୍ଡୁଲ- ଜୟପୁର ମଧ୍ୟରେ ଚଳାଚଳ କରୁଥିବା ଜରୁରୀକାଳୀନ ଭାବେ ସ୍ବତନ୍ତ୍ର ପାସେଞ୍ଜେର ଟ୍ରେନକୁ ବନ୍ଦ କରିଦିଆଯିବ । ଏହିପରି ଗତକାଲି ଜୟପୁର ରେଳଷ୍ଟେସନ ଦେଇ ଜଗଦଲପୁର ଏବଂ କୋରାପୁଟ ମଧ୍ୟରେ ଏକ ଯାତ୍ରୀବିହୀନ ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଥିବା ବେଳେ ଆଜିଠାରୁ ଯାତ୍ରୀ ଟ୍ରେନ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଛି । ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଜୟପୁର-କୋରାପୁଟ ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିପାରିନଥିବା ଯୋଗୁଁ ଏହିପରି କୋରାପୁଟ ଠାରୁ ଜଗଦଲପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରେଳଧାରଣାର ଜରଟି ଏବଂ ମାଳିଗୁଡା ଷ୍ଟେସନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ତାରିଖ ଅପରାହ୍ନରେ ପାହାଡ଼ ଧସି ରେଳ ଧାରଣା ଉପରେ ମାଟି ଓ ବଡ ପଥର ପଡିଯାଇଥିଲା। ଫଳରେ ଜୟପୁର ଏବଂ ଜଗଦଲପୁର ଷ୍ଟେସନକୁ ଉକ୍ତ ଟ୍ରେନ ଗୁଡିକ ଆସି ନପାରି କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବା ସହ ସେଠାରୁ ଫେରିଯାଉଥିଲା । ଫଳରେ ଯାତ୍ରୀମାନେ କୋରାପୁଟ ରେଳଷ୍ଟେସନର ଓହ୍ଲାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଏବଂ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହୋଇ ଅନ୍ୟାନ୍ୟ ଯାନବାହନ ଏବଂ ବସ ଯୋଗେ ଜୟପୁର ଉପଖଣ୍ଡର ୫ଟି ବ୍ଲକ, ମାଲକାଗିରି ଓ ନବରଙ୍ଗପୁର ଜିଲ୍ଲା ଏବଂ ପୋଡଶୀ ଛତିଶଗଡ ଜିଲ୍ଲାକୁ ଯାତାୟାତ କରୁଥିଲେ । ଏହିପରି ସମସ୍ୟାକୁ ନେଇ ଜୟପୁର ରେଳଷ୍ଟେସନ ସମ୍ମୁଖରେ ବିଜେଡି ତରଫରୁ ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ବୈପାରୀଗୁଡା ବ୍ଲକର ବିଜେଡି କର୍ମୀ ମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହିପରି ତୁରନ୍ତ ପୂର୍ବଭଳି ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ନ କଲେ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ସହ ଏହି ରାସ୍ତା ଦେଇ ମାଲାବହୀ ଟ୍ରେନ ଚଳଚାଳ ମଧ୍ୟ ବନ୍ଦ କରିଦିଆଯିବ ବୋଲି ଚେତାବନୀ ନେଇ ଏକ ଦାବି ପତ୍ର ଭୁବନେଶ୍ବର ସ୍ଥିତ ନ୍ତୁ ପୂର୍ବତଟ ରେଳ ବିଭାଗର ସାଧାରଣ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ପ୍ରକାଶଯେ, ଗତ ୨ ତାରିଖରୁ ବର୍ଷାପାଣିରେ ପାହଡ ଧସି ମାଟି ଏବଂ ବଡ ପଥର ଖସିଯାଥିବା ଫଲରେ ଜୟପୁର- କୋରାପୁଟ ରେଳ ଧାରଣା ବନ୍ଦ ହୋଇଯାଇଥିବା ଯୋଗୁଁ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଥିଲା । ରେଳବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ଧାରଣାରୁ ମାଟି ଏବଂ ପଥର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଟ୍ରାକ ଓ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୁର୍ଣ୍ଣ ପ୍ରସ୍ତୁତ ସହ କାର୍ଯ୍ୟକାରୀ କରାଯାଇଥିଲା । ରେଳ ବିଭାଗକୁ ସେଠାରେ ମରାମତି କାର୍ଯ୍ୟ କରୁଥିବା ବିଭାଗୀୟ ବୈଷୟିକ ବିଷେଶଜ୍ଞ ଦଳ ପକ୍ଷରୁ ଟ୍ରେନ ଚଳାଚଳ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିଲେ । ଏହାପରେ ମାଲବାହୀ ଟ୍ରେନ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଥିଲେ ସୁଦ୍ଧା ଯାତ୍ରୀବାହୀ ଟ୍ରେନ ଚଳାଚଳ ସୁରକ୍ଷା ଦୃଷ୍ଟି ବନ୍ଦ କରାଯାଇଥିବା ଆଳ ଦେଖାଇ ବିଭାଗ ପକ୍ଷରୁ ବନ୍ଦ ରହିଥିଲା । ଏହିପରି ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ବାରମ୍ବାର ତାରିଖର ପରିବର୍ତ୍ତନ କରିବା ଯୋଗୁଁ ଜୟପୁର, କୋଟପାଡ, ବୋରିଗୁମ୍ମା, ବୈପାରୀଗୁଡା, କୁନ୍ଦୁରା ବ୍ଲକ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ସମେତ ପୋଡଶୀ ଛତିଶଗଡ ରାଜ୍ୟର ସାଧାରଣ ଲୋକମାନେ ହଇରାଣ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି