ନୂଆଦିଲ୍ଲୀ, ୩୦ ଜୁଲାଇ(ହି.ସ.) – ରାଜ୍ୟସଭାରେ ଅପରେଶନ ସିନ୍ଦୁରରେ ଚର୍ଚ୍ଚା ସମୟରେ ବୁଧବାର ଦିନ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ସଦସ୍ର ମନୋଜ ଝା ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପର ଆଲୋଚନା କରି ତାଙ୍କ ତୁଳନା ଲୋକପ୍ରିୟ କମିକ୍ସର ମୁଖ୍ୟ ପାତ୍ର ଚାଚା ଚୌଧୁରୀଙ୍କ ନକରାତ୍ମକ ଗୁଣ ସହିତ କରିଛନ୍ତି। ସେ ଟ୍ରମ୍ପଙ୍କ ବାରମ୍ବାର ସିଜ୍ ଫାୟର ବୟାନ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଗୃହରେ ତାଙ୍କ ବୟାନର ଏକତରଫା ନିନ୍ଦା କରିବାକୁ ପ୍ରସ୍ତାବ ପାରିତ କରିବାକୁ ଦାବି କରିଥିଲେ। ସେ ଗୃହରୁ ଟ୍ରମ୍ପଙ୍କୁ ସର୍ବଶ୍ରେଷ୍ଠ ମିଛୁଆ ବ୍ୟକ୍ତି କହିବାକୁ ଦାବି ମଧ୍ୟ କରିଥିଲେ। ମନୋଜ ଝା କହିଛନ୍ତି ଯେ ପହଲଗାମ ଆକ୍ରମଣ ସହିତ ଦେଶକୁ ସାମୁହିକ ପୀଡ଼ା। ଏହି ଆକ୍ରମଣରେ ୨୬ ପରିବାରକୁ ଲକ୍ଷ୍ୟ କରିଥିଲେ ଏବଂ ଏହି ଦୁଃଖ କେବଳ ସେହି ପରିବାରର ନୁହେଁ, ପରନ୍ତୁ ପୁରା ଭାରତୀୟ ଜନତାଙ୍କର ଅଟେ। ଯେତେବେଳେ ଗୁଇନ୍ଦା ଏଜେନ୍ସି ପାଖରେ ଆକ୍ରମଣର ସୂଚନା ଥିଲେ ତେବେ ପୁଣି ସରକାର ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ କାହିଁକି ନେଲେନାହିଁ? ସେ କହିଛନ୍ତି ଯେ ଏହି ସୁରକ୍ଷା ଦେଶର ସୁରକ୍ଷା ବ୍ୟବସ୍ଥା ଏବଂ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଏ। ପହଲଗାମରେ ଯାହା ହୋଇଥିଲା ତାହା ଦେଶର ସାମୁହିକ ପୀଡ଼ାକୁ ଦର୍ଶାଏ। ଦୁଃଖ କେବଳ ମୃତକମାନଙ୍କର ନୁହେଁ, ଆମ ସମସ୍ତଙ୍କର। ଏବେ ସମୟ ଆସିଛି ଯେ ଗୃହ ପହଲଗାମ୍ରୁ ନେଇ ସମସ୍ତ ଘଟଣା ପାଇଁ କହିଥିଲେ ଆମେ କ୍ଷମାପ୍ରାର୍ଥୀ ଅଟୁ। ପୁରା ଗୃହକୁ ସାମୁହିକ ରୂପେ ପୁରା ଦେଶ ଠାରୁ ଏହି ଆକ୍ରମଣ ପାଇଁ କ୍ଷମା ମାଗିବା ଦରକାର।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି