ନୂତନ ଭତା ଅପେକ୍ଷାରେ ହଜାର ହଜାର ହିତାଧିକାରୀ ହତାଶ
ସାଲେପୁର, ୩୦ ଜୁଲାଇ (ହି.ସ.)- ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ସମସ୍ତ ଗ୍ରାମ ପଂଚାୟତ ଅଧିନରେ ହଜାର ହଜାର ଯୋଗ୍ୟ ନୂତନ ହିତାଧିକାରୀ ଭତା ପାଇବା ପାଇଁ ଆକୁଳ ବିକଳ ହେଉଛନ୍ତି । ପ୍ରଶାସନିକ ସ୍ତରର ସଂପୂର୍ଣ୍ଣ ଉଦାସୀନତା ତଥା ଡବଲ ଇଞ୍ଜିନ ସରକାରଙ୍କ ଦିଶାହୀନ କାର୍ଯ୍ୟଧାରା ହେତୁ ନୂତନ ଭତା ହୋଇ
ନୂତନ ଭତା ଅପେକ୍ଷାରେ ହଜାର ହଜାର ହିତାଧିକାରୀ ହତାଶ


ସାଲେପୁର, ୩୦ ଜୁଲାଇ (ହି.ସ.)- ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ସମସ୍ତ ଗ୍ରାମ ପଂଚାୟତ ଅଧିନରେ ହଜାର ହଜାର ଯୋଗ୍ୟ ନୂତନ ହିତାଧିକାରୀ ଭତା ପାଇବା ପାଇଁ ଆକୁଳ ବିକଳ ହେଉଛନ୍ତି । ପ୍ରଶାସନିକ ସ୍ତରର ସଂପୂର୍ଣ୍ଣ ଉଦାସୀନତା ତଥା ଡବଲ ଇଞ୍ଜିନ ସରକାରଙ୍କ ଦିଶାହୀନ କାର୍ଯ୍ୟଧାରା ହେତୁ ନୂତନ ଭତା ହୋଇ ପାରୁନଥିବା ଜଣାଯାଇଛି । ଅନ୍‌ଲାଇନ୍ ମାଧ୍ୟମରେ ହିତାଧିକାରୀମାନେ ନୂତନ ଭତା ପାଇବା ପାଇଁ ଆବେଦନ କରିବା ଦ୍ୱାରା ପ୍ରଶାସନ ପକ୍ଷରୁ ସେମାନଙ୍କର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଭତା ଦେବା କଥା । କିନ୍ତୁ ଦୁଃଖର ବିଷୟ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ଗୋଟି ପଂଚାୟତ ଏବଂ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ଗୋଟି ପଂଚାୟତରେ ସହସ୍ରାଧିକ ହିତାଧିକାରୀ ଭତା ପାଇଁ ଆବେଦନ କରିଛନ୍ତି । ଏହି ହିତାଧିକାରୀମାନେ ଦୀର୍ଘଦିନ ହେବ ଭତା ପାଇଁ ଆବେଦନ କରିବା ସତ୍ୱେ ବ୍ଲକ କାର୍ଯ୍ୟାଳୟ ଏମାନଙ୍କୁ ନିରାଶ କରିଅଛି । ପ୍ରକାଶ ଥାଉ କି ସରକାରୀ ନିୟମାନୁଯାୟୀ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ସରକାରଙ୍କ ପକ୍ଷରୁ ଭତା ମିଳିବା କଥା । ଅବଶ୍ୟ ନୂତନ ଭାବେ ଆବେଦନ କରିଥିବା ଉପରୋକ୍ତ ହଜାର ହଜାର ହିତାଧିକାରୀଙ୍କ ବୟସ ୭୦ ବା ୮୦ ବର୍ଷ ମଧ୍ୟ ହୋଇଗଲାଣି । ଯେଉଁ ସବୁ ପଂଚାୟତରେ ଭତା ହିତାଧିକାରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ବଦଳରେ ଗତ ଜୁନ୍ ମାସଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଶରେ ମାତ୍ର ୧୬୦ଟି ଏବଂ କଟକ ସଦର ନିର୍ବାଚନ ମଣ୍ଡଳୀ ଅଂଶରେ ୫୫ଟି ଏହିପରି ୨୦୫ ଟି ନୂତନ ଭତା କରାଯାଇଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ନିଶ୍ଚିନ୍ତକୋଇଲି ବ୍ଲକରେ ଜାତୀୟ ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନାରେ ୧୧ ହଜାର୨୦୦ ଏବଂ ରାଜ୍ୟ ମଧୁବାବୁ ପେନସନ୍ ଯୋଜନାରେ ୧୮ହଜାର୮୦୦ ଜଣ ଏହିପରି ୩୦ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ପ୍ରତ୍ୟେକ ମାସରେ ଭତା ପାଉଛନ୍ତି । ଜଣାଯାଇଛି ୮୦ବର୍ଷିୟା ୨ ହଜାର ୫୦୦ ହିତାଧିକାରୀ ଭତା ପାଉଥିଲା ବେଳେ ଆହୁରୀ ୧୦୦ ରୁ ଉର୍ଦ୍ଧ୍ୱ ୮୦ ବର୍ଷିୟା ହିତାଧିକାରୀ ବର୍ଦ୍ଧିତ ହାରରେ ୩ ହଜାର ୫୦୦ ମାସିକ ଟଙ୍କାପାଇବାରୁ ବଂଚିତ ହେଉଛନ୍ତି । ସଂପ୍ରତି ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ୬୦ ରୁ ୭୯ ପ୍ରତିଶତ ପର?୍ୟ୍ୟନ୍ତ ଭିନ୍ନକ୍ଷମଙ୍କୁ ୧୨୦୦ ଟଙ୍କା ସାଧାରଣ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ,ବୃଦ୍ଧା, ବିଧବା ଓ ସ୍ୱାମୀ ପରିତ୍ୟକ୍ତାମାନଙ୍କୁ ୧ ହଜାର ଟଙ୍କା, ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ତଥା ୮୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତା ଦିଆଯାଉଛି । ବିଜେପି ସରକାର ଆସିବା ପରେ ଭତା ଅର୍ଥ ବୃଦ୍ଧି ପାଇଥିଲେ ମଧ୍ୟ ଯେଉଁ ହିତାଧିକାରୀମାନେ ପୂର୍ବ ସରକାରଙ୍କ ଅମଳରେ ସଠିକ୍ ସମୟରେ ଭତା ପାଉଥିଲେ ତାହା ଏବେ ଅସମ୍ଭବ ହୋଇଛି । ଏଭଳି ସ୍ଥିତିରେ ସରକାର ନୂତନ ହିତାଧିକାରୀଙ୍କୁ ଭତା ଦେବା ପାଇଁ ଅସମର୍ଥ ଥିବାର ଜଣାଯାଉଛି । କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେଉଁ ହିତାଧିକାରୀମାନେ ନୂତନ ଭତାପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଗ୍ରାଧିକାର ଭିତିରେ ବିଧବା ଓ ଭିନ୍ନକ୍ଷମମାନଙ୍କୁ ଗୁରୁତ୍ୱ ଦିଆଯିବା ସହ ଅନ୍ୟ ହିତାଧିକାରୀମାନଙ୍କ ତାଲିକା କରାଯିବା ସହ କ୍ରମାନ୍ୱୟରେ ଟାର୍ଗେଟ୍ ଅନୁଯାୟୀ ଭତା ପ୍ରଦାନ କରାଯିବାର ବ୍ୟବସ୍ଥା ହେଉଛି । ଏହି ୧୮ ମାସ ମଧ୍ୟରେ ଉପରୋକ୍ତ ହଜାର ହଜାର ନୂତନ ହିତାଧିକାରୀ ଆର୍ôଥକ ଅନାଟନ ଏବଂ ମାନସିକ ବିଶାଦ ଓ ହତାଶ ମଧ୍ୟରେ ଥିବାରୁ ବୁଦ୍ଧିଜୀବୀ ମହଲରେ ଏହାର ତତ୍କାଳ ସକରାତ୍ମକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସର୍ବସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande