ପଂଚାୟତିରାଜ ମନ୍ତ୍ରୀ ହିତାଧିକାରୀଙ୍କୁ ବାଂଟିଲେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଡ
ସମ୍ବଲପୁର, ୩୦ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଡ ବଂଟନ କରିଛନ୍ତି । ଜମନକିରା ବ୍ଲକର ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ
ପଞ୍ଚାୟତିରାଜ ମନ୍ତ୍ରୀ ହିତାଧିକାରୀଙ୍କୁ ବାଣ୍ଟିଲେ   ସରକାରଙ୍କ ବିଭିନ୍ନ ଯୋଜନାର କାର୍ଡ

ସମ୍ବଲପୁର, ୩୦ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଡ ବଂଟନ କରିଛନ୍ତି । ଜମନକିରା ବ୍ଲକର ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ରମେଶ ସାହୁ, ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ବଡ଼ରମା ସରପଂଚ ବିଜୟ କୁମାର ନାଏକ, କୁଚିଣ୍ଡା ଜିଲ୍ଲା ପରିଷଦ, ଗୁଣ୍ଡରୁଚୁଅଁ ମଣ୍ଡଳ ସଭାପତି ମନୋଜ ମାଝୀ, ବିଶିଷ୍ଟ ସମାଜସେବୀ ଦୁଷ୍ମନ୍ତ ପଟେଲ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ନୂତନ ହିତାଧିକାରୀଙ୍କୁ କାର୍ଡ ବଂଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଲେବର କାର୍ଡ ୬୦ ଜଣକୁ, ଖାଦ୍ୟ ସାମଗ୍ରୀ ରାସନ କାର୍ଡ ୪୭ ଜଣଙ୍କୁ ନୂତନ ଭତା ୪୧ ଜଣଙ୍କୁ, ବସୁନ୍ଧରା ଯୋଜନାରେ ନୂତନ ଘରଡିହ ପଟ୍ଟା ୨୫୫ ଜଣଙ୍କୁ, ଜଙ୍ଗଲ ଜମି ପଟ୍ଟା ୩୦ ଜଣଙ୍କୁ, ଗୋପାଳନ ପାଇଁ ୧୬ ଜଣଙ୍କୁ ୱାର୍କ ଅର୍ଡର ଏବଂ ବର୍ଷାରେ ଘର ଭାଙ୍ଗି ଯାଇଥିବା ୬ ଜଣ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ୪ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ନାଏକ ସରକାରଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣ କିଭଳି ଉପକୃତ ହୋଇପାରିବେ ସେ ସମ୍ବନ୍ଧରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଜମନକିରା ବ୍ଲକ ଏପିଓ ମନୋଜ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବଡ଼ରମା ସରପଂଚ ବିଜୟ କୁମାର ନାଏକ ଉପସ୍ଥିତ ମହଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande